ମୁଖ୍ୟ ଖବର

ତାଳଚେରରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି ଶିବିର

By Angul TV Bureau

May 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଉପଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଶିବିରରେ ଅଧ୍ୟକ୍ଷତା କରିଥିଲେ ଉପଜିଲ୍ଲାପାଳ ସମୀର କୁମାର ଜେନା। ଅନୁଗୁଳ ମହାନଦୀ କୋଲଫିଲଡ ଲିମିଟେଡ୍‌ର ସ୍ବତନ୍ତ୍ର ଭୂ-ଅର୍ଜନ

ଅଧିକାରୀ ପ୍ରତାପ ହରି ପ୍ରଧାନ, ତାଳଚେର ମହାନଦୀ କୋଲଫିଲଡ ଲିମିଟେଡ୍‌ର ମହାପ୍ରବନ୍ଧକ କେ ଭି ଚୌଧୁରୀ, ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏ କେ ଧଳ, ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ ଦିବ୍ୟଜୀବନ ସିଂ, କଣିହାଁ କ୍ଷେତ୍ରର ମହାପ୍ରବନ୍ଧକ ନରେଶ ସିଂ, ଭୁବନେଶ୍ଵରୀ କ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ସିଂ, ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ସୁବ୍ରତ ବିଶ୍ବାଳ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ ଏବଂ ପୁନଃ ସ୍ଥାପନ ଓ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଅଭିଯୋଗକାରୀ ଯୋଗ ଦେଇଥିଲେ। ଶିବିରରେ ସମୁଦାୟ ୧୬ ଟି ଅଭିଯୋଗ ଗ୍ରହଣ ଓ ଶୁଣାଣି ହୋଇଥିଲା। ସେଥିରୁ ୧୨ ଟି ଅଭିଯୋଗର ତୁରନ୍ତନିଷ୍ପତ୍ତି ନିଆଯାଇଥିଲା।