ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ କମ୍ୟୁନିଟି ‘ରେଡ଼ିଓ ସର୍ବୋଦୟ’ଏଫଏମ ଆସନ୍ତା ଜାନୁଆରୀ ୨୪ ତାରିଖରେ ଉଦଘାଟିତ ହେବ। ଏଥିପାଇଁ ଆଜି ବାଜି ରାଉତ ଛାତ୍ରା ବାସରେ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଆରମ୍ଭ କରା ଯାଉଥିବା ଏହି ଏଫଏମ ରେଡ଼ିଓ ପାଇଁ ଅନୁଷ୍ଠିତ ବୈଠକରେ ସମାଜସେବୀ କ୍ରିଷ୍ଣା ମହାନ୍ତି, ଛାତ୍ରବାସର କାର୍ଯ୍ୟକାରୀ କମିଟି ସଭ୍ୟ ବିଶ୍ୱଜିତ ରାୟ, ପ୍ରଫେସର ନନ୍ଦ କିଶୋର ମହାକୁଡ଼, କୈଳାଶ ସାହୁ, ସମ୍ପାଦକ ଇଂ ଧନେଶ୍ୱର ସାହୁ, ଆଦ୍ୟଶ୍ଳୋକ ମିଶ୍ର, ସୂର୍ଯ୍ୟନାରାୟଣ ନାଥ ଓ ଅନ୍ୟ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବାଜି ରାଉତ ଛାତ୍ରାବାସ ପରିସରରେ ଏହି ରେଡ଼ିଓ ଷ୍ଟେସନର ପ୍ରସାରଣ କେନ୍ଦ୍ର ତିଆରି ଚାଲିଛି ଏବଂ କେନ୍ଦ୍ର ପ୍ରସାରଣ ବିଭାଗ ପକ୍ଷରୁ ଆବଶ୍ୟକ ଅନୁମତି ଓ ଫ୍ରୀକ୍ୱେନସି ମିଳିସାରିଛି। ବୈଠକରେ ବିଶ୍ୱଜିତ ରାୟ ରେଡ଼ିଓ ର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକ ବିବରଣୀ ଦେଇଥିଲେ।