ଅନୁଗୁଳ: ଅନୁଗୁଳର ରାହୁଲ ବିକ୍ରମ ପାଠୀଙ୍କୁ ଓଡିଶା ଜୁଡ଼ିସିଆଲ ସର୍ଭିସରେ ସଫଳତା ମିଳିଛି। ସେ ୧୬ ନମ୍ବର ରାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରାହୁଲ ରୋଟାରି ପବ୍ଲିକ ସ୍କୁଲରୁ ଅଧ୍ୟୟନ ସରି ସୋଆରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରୁ ଏଲଏଲଏମ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଥିଲେ।
ଏହାପରେ ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଲ ରିସର୍ଚ୍ଚର ଭାବେ ଯୋଗ ଦେଇ କାର୍ଯ୍ୟ କରି ଆସୁଥିଲେ। ଜଣେ ମେଧାବୀ ଯୁବ ଆଇନଜୀବୀ ଭାବେ ସେ ଏକାଧିକ ଆଇନ ପୁସ୍ତକ ସଂକଳନ ଓ ରଚନା କରିଛନ୍ତି। ରାହୁଲଙ୍କ ପିତା ଯଶୋବନ୍ତ ନାରାୟଣ ପାଠୀ ଜଙ୍ଗଲ ବିଭାଗରୁ ଅବସର ନେବା ପରେ ଏବେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି।