ମୁଖ୍ୟ ଖବର

ଡେଲି ମାର୍କେଟରେ ଯୋଗାଣ ବିଭାଗର ଚଢ଼ାଉ: ଆଳୁ ଦର ଖସିଲା

By Biswaranjan Pattnaik

August 29, 2024

ଅନୁଗୁଳ: ଗତ ଏକ ସପ୍ତାହ ହେଲା ଅନୁଗୁଳକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲେ ମଧ୍ୟ ଡେଲି ମାର୍କେଟରେ ଆଳୁ ଦର ଖସୁ ନଥିଲା।ଆଳୁ କେଜି ପିଛା ୪୦ ଟଙ୍କାରେ ବିକ୍ରି ହେଉଥିବାରୁ ଖାଉଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ଫଳରେ ଆଜି ଯୋଗାଣ ବିଭାଗର ଏକ ଟିମ୍ ଡେଲି ମାର୍କେଟ ଓ ଆଖପାଖ ଅଞ୍ଚଳରେ ଚଢଉ କରିଥିଲେ।ଅମାନିଆ ଆଳୁ ବେପାରୀଙ୍କୁ ତାଗିଦ୍ କରିବା ପରେ ଆଳୁ ଦର କେଜି ପିଛା ୨୫ ଟଙ୍କାରୁ ୩୦ ଟଙ୍କାକୁ ଖସି ଆସିଛି ।