ମୁଖ୍ୟ ଖବର

ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଜଣେ ଗିରଫଦେଶୀ ବନ୍ଧୁକ ତିଆରି ଅଭିଯୋଗ, ଜଣେ ଗିରଫ

By Angul TV Bureau

May 27, 2025

ଅନୁଗୁଳ: ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମର ହରିହର ମହାରଣା।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ୨୬ ତାରିଖ ଦିନ ୨ ଟାରେ ଅନୁଗୁଳ ଏସପିଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଳଚେର ଆଇଆଇସି ଦିଗବିଜୟ ବିଶ୍ଵାଳଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇ ଅଭିଯୁକ୍ତର ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବନ୍ଧୁକ ନିର୍ମାଣରେ ବ୍ୟବହୃତ ଜିନିଷପତ୍ର ଜବତ କରାଯାଇଥିଲା। ଅଭିଯୁକ୍ତ ସ୍ୱୀକାର କରିଥିଲା ଯେ ସେ ବେଆଇନ ଦେଶ ତିଆରି ବନ୍ଧୁକ ତିଆରି କରନ୍ତି ଏବଂ ଶିକାରୀଙ୍କୁ ଯୋଗାଇଥାନ୍ତି। ଅଭିଯୁକ୍ତଙ୍କ ଠାରୁ ୮ଟି ଲୁହା ତିଆରି ବ୍ୟାରେଲ ପାଇପ୍, ଗୋଟିଏ ଟ୍ରିଗର ମେକାନିଜିମ୍, ୬ଟି ଲୁହା ତିଆରି ଟ୍ରିଗର ଯନ୍ତ୍ର, ଗୋଟିଏ ହ୍ୟାଣ୍ଡ ଡ୍ରିଲ୍ ମେସିନ୍, ଗୋଟିଏ ସ୍କ୍ରୁ ଡ୍ରାଇଭର ଏବଂ ୬ଟି କଟିଂ ପ୍ଲେୟାର ଜବତ କରାଯାଇଛି। ତାଳଚେର ପୁଲିସ ଷ୍ଟେସନ କେସ ନଂ – ୪୨୭, ତା ୨୬/୦୫/୨୦୨୫ରିଖ, ଅଣ୍ଡର ସେକ୍ସନ ୨୫(୧), (ଏ )/୨୫(୧- ଏଏ) ଆର୍ମସ ଆକ୍ଟ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।