ଘଟଣା ଓ ଦୁର୍ଘଟଣା

ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ: ୫ ଟ୍ରକ୍ ଜବତ, ୫ ଅଟକ

By Angul TV Bureau

April 08, 2022

ଅନୁଗୁଳ: ସ୍ଥାନୀୟ କଙ୍କରାଇ ନିଶା ଇଣ୍ଡ୍ରଷ୍ଟିଆଲ ଅଞ୍ଚଳର ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ କରି ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ୫ଟି କୋଇଲା ବୋଝେଇ ମିନିଟ୍ରକ୍ ଜବତ କରିଛନ୍ତି। ଏହି ଚୋରା ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି।

ରିପୋର୍ଟ ମୁତାବକ, ଦୀର୍ଘଦିନ ହେଲାଣି କଙ୍କରାଇ ଅଞ୍ଚଳରେ ବେଆଇନ କୋଇଲା ଖନନ କରାଯାଇ ବାହାରକୁ ଚାଲାଣ ହେଉଥିବା ନେଇ ପୋଲିସରେ ଅଭିଯୋଗ ହେଉଥିଲା। ଏହି ଚାଲାଣକାରୀମାନେ ଟ୍ରକ ମାଧ୍ୟମରେ ଜିଲ୍ଲା ବାହାରକୁ କୋଇଲା ଚୋରା ଚାଲାଣ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ଖବର ପାଇ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଏଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସ ୫ଟି କୋଇଲା ବୋଝେଇ ମିନିଟ୍ରକ୍ ଜବତ କରିବା ସହ ୫ଜଣଙ୍କୁ ଅଟକ ରଖିଛି। ତେବେ ଏହି ଚଢ଼ଉ ଖବର ପାଇ ଡିପୋ ମାଲିକମାନେ ଫେରାର ହୋଇଯାଇଥିବା ଜଣାଯାଇଛି।