ଘଟଣା ଓ ଦୁର୍ଘଟଣା

ନାଲକୋ ଅଞ୍ଚଳରେ ଖାଦ୍ୟରେ ଅପମିଶ୍ରଣ କରୁଥିବା ଏକାଧିକ ଦୋକାନରେ ଚଢ଼ଉ, ମୋଟା ଅଙ୍କର ଜରିମାନା ଗଣିଲେ ମାଲିକ

By Angul TV Bureau

December 12, 2022

ଅନୁଗୁଳ: ଅପମିଶ୍ରଣ ଅଭିଯୋଗରେ ଆଜି ନାଲକୋ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ନାଲକୋ ଅଞ୍ଚଳରେ ବିଭିନ୍ନ ଦୋକାନରେ ଅତର୍କିତ ଚଢାଉ କରିଛନ୍ତି।

ସୂଚନା ମୁତାବକ କୁଲାଡ଼ ଅଞ୍ଚଳରେ ଥିବା ଗୌରୀ ହୋଟେଲରେ ଆଜି ପୂର୍ବାହ୍ନରେ ଚଢାଉ ହୋଇଥିଲା। ଚଢ଼ଉ ବେଳେ ନିମ୍ନମାନର ଖାଦ୍ୟ ବିକ୍ରି କରାଯାଉଥିବାରୁ ଫୁଡ୍ ଇନ୍ସପେକ୍ଟର ହରପ୍ରିୟା ବେହେରା ଦୋକାନକୁ ୧୫ ହଜାର ଟଙ୍କାର ଫାଇନ୍ କରିଥିଲେ।

ସେହିପରି ରସରାଜ ମିଠା ଦୋକାନର କାରଖାନାରେ ଚଢାଉ ହୋଇଥିଲା। ଏଠାକାର ପାରିପାର୍ଶ୍ବିକ ସ୍ଥିତି କଦର୍ଯ୍ୟ ଥିବା ଯୋଗୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ଉରେ ଜିଲ୍ଲା ପ୍ରଶାସନର ଅଧିକାରୀ, ନାଲକୋ ଥାନା ଏସ୍ ଆଇ ବିଚିତ୍ରାନନ୍ଦ ଲେଙ୍କା, ଏମ୍ ଟି ଏସ୍ ନୀଳାମ୍ବର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ।