ଅନୁଗୁଳ: ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଓ ମିଠା ଦୋକାନରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ସୋମବାର ସକାଳୁ ବସ ଷ୍ଟାଣ୍ଡ, କାଞ୍ଚନ ବଜାର, ହନୁମାନ ବଜାର ଆଦି ସ୍ଥାନରେ ଥିବା ୨୦ ରୁ ଅଧିକ ଦୋକାନରେ ଫୁଡ୍ ଅଧିକାରୀ ଯାଞ୍ଚ କରିଥିଲେ।
ଏ ଅବସରରେ ବିଭିନ୍ନ ମିଠା ଦୋକାନ, ଜଳଖିଆ ଦୋକାନ ଏବଂ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ତେଲକୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ଏଫଏସ୍ଓ ହରପ୍ରିୟା ବେହେରା, ଏଫଏସ୍ଓ ସୁମିତ୍ ସୌରଭ ପରିଡା, ଏମଟିଏସ୍ ନୀଳାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।