ଘଟଣା ଓ ଦୁର୍ଘଟଣା

ତହସିଲଦାରଙ୍କ ଚଢ଼ଉ: ମାଟିରେ ମିଶିଲା ୨୯ ବେଆଇନ୍ ଇଟା ଭାଟି

By Angul TV Bureau

May 11, 2022

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ୍ ଇଟା ଭାଟି ଉପରେ ଆଜି ତହସିଲଦାର ଚଢ଼ଉ କରିଛନ୍ତି। ଏହି ଚଢ଼ଉ ବେଳେ ତାଳଚେର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ଓ ସ୍ଥାନୀୟ ପୁଲିସ ଉପସ୍ଥିତ ଥିଲେ। ଏ ଅବସରରେ ପ୍ରଶାସନ ପକ୍ଷରୁ ତାଳଚେର କଙ୍କିଳି ଅଞ୍ଚଳରେ ଥିବା ୨୯ଟି ଇଟା ଭାଟିକୁ ଜେସିବି ଲଗାଇ ମାଟିରେ ମିଶାଇ ଦିଆଯାଇଛି। ତେବେ ସହରରେ ଏତେ ସଂଖ୍ୟକ ଇଟା ମାଟି ଥିବା ବେଳେ ପ୍ରଶାସନ ପାଖରେ କେମିତି ଖବର ନଥିଲା ତାହାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପଟେ ଆଗମୀ ଦିନରେ ଅନ୍ୟ ସବୁ ଇଟା ଭାଟି ଉପରେ ଚଢ଼ଉ କରାଯିବ ବୋଲି ତାଳଚେର ତହସିଲ ପକ୍ଷରୁ ସୂଚନା ଦିଆଯାଇଛି।