ମୁଖ୍ୟ ଖବର

ତାଳଚେରରେ ରେଳରୋକ ଆନ୍ଦୋଳନ: ପାଲଭିଡା ଦାବିରେ ବିକ୍ଷୋଭ

By Angul TV Bureau

December 04, 2025

ତାଳଚେର: ମହାନଦୀ କୋଇଲା ଶ୍ରମିକ କଂଗ୍ରେସ ପକ୍ଷରୁ ପାଲଭିଡା ଦାବିରେ ଆଜି ତାଳଚେରରେ ରେଳରୋକ ଆନ୍ଦୋଳନ କରାଯାଇଛି। ଘଂଟପଡା ରେଏୱେ କ୍ରସିଙ୍ଗ ଠାରେ ହୋଇଥିବା ଏହି ଆନ୍ଦୋଳନରେ ପ୍ରାୟ ୫୦୦ ଲୋକ ଭାଗ ନେଇଥିଲେ। ଆନ୍ଦୋଳନକାରୀଙ୍କ ଦାବି ପାଲଭିଡା ନନେଲେ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି।

ମହାନଦୀ କୋଇଲା ଶ୍ରମିକ କଂଗ୍ରସର ପୂର୍ବତନ ଜିଲ୍ଳାପାରିଷଦ ସଭ୍ୟ ରାଜକିଶୋର ସାହୁ ବାରମ୍ବାର ୱାଗନ ଏବଂ ଟ୍ରକ ଗୁଡ଼ିକରେ ପାଲଭିଡ଼ାକୁ ନେଇ ଦାବି କରି ଆସୁଥିଲେ। ଏହାକୁ କାର୍ଯ୍ୟକାରୀ କରିବାକୁ ସେ ସ୍ଥାନୀୟ ପ୍ରଶାସନ ଜିଲ୍ଳା ପ୍ରଶାସନ ଏବଂ କୋଇଲା ଖଣି କର୍ତୁପକ୍ଷ ଓ ରେଲୱେ କର୍ତ୍ତୁପକ୍ଷଙ୍କୁ ପାଲ ଭିଡୁନଥିବାରୁ ପ୍ରଦୂଷଣରେ ଅଞ୍ଚଳବାସୀ ଜର୍ଜରିତ ହେଉଥିବା ଯୋଗୁଁ ସଂଘର୍ଷ ଜାରି ରଖିଥିଲେ। ବାଧ୍ୟହୋଇ ଆଜି ରେଳରୋକ ଆନ୍ଦୋଳନ କରିଥିଲେ। ଏହାପରେ ଏସଡ଼ିପିଓ ଭରତ ଚନ୍ଦ୍ର ସାହୁ ସମସ୍ତଙ୍କୁ ବୁଝାସୁଝା କରିବାପରେ ଆସନ୍ତାକାଲି ଉପଜିଲ୍ଳାପାଳ କାର୍ଯ୍ୟରେ ଏସମ୍ପର୍କରେ ଏକ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ସ୍ଥଗିତ କରାଯାଇଛି।

ଆନ୍ଦୋଳନରେ ସଭାପତିଙ୍କ ସହ ପୂର୍ବତନ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ, ଅଶୋକ କୁମାର ଦାସ, ମନୋଜ ସାହୁ, ପୂର୍ବତନ ନଗରପାଳ କେଶବ ଭୂତିଆ, ସବିତା ରାଣୀ ଧିର, ପ୍ରଭାତ ରଥ, ଜିନେଶ ସାହୁ, ସତ୍ୟବ୍ରତ ମହାନ୍ତି, ଶିବ ସନ୍ତୋଷ ସାହୁ, ସହଦେବ ସାହୁ, ସୁନିଲ ପାଣି, ବିଭୂତି ସାହୁ, ବୀରବର ସାହୁ, ଟିକନ ନାଏକ, ଦୀପକ ଚାନ୍ଦ, ବିକାଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।