ମୁଖ୍ୟ ଖବର

କାଳବୈଶାଖୀ ବର୍ଷାରେ ଭିଜିବ ସାରା ରାଜ୍ୟ

By Angul TV Bureau

March 19, 2025

ଅନୁଗୁଳ: ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ , ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୨ ଦିନ ପରେ ତାପମାତ୍ରାରେ ପରିବର୍ତ୍ତନ ଆସିବ। ବଦଳିବ ପାଣିପାଗର ମିଜାଜ। କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ବର୍ଷାରେ ଭିଜିବ ସାରା ରାଜ୍ୟ। ୨୦ ରୁ ୨୨ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଜାରି ରହିବ ବର୍ଷା। ଗୋଟିଏ ସପ୍ତାହରୁ ଅଧିକ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଶ୍ବସ୍ତି ଆଣିବ କାଳବୈଶାଖୀ ବର୍ଷା।

ଅନ୍ୟପଟେ ଆଉ ଗୋଟେ ଦିନ କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ନିସ୍ତାର। ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।