ଅନ୍ୟାନ୍ୟ

ନିଆରା ରଜ ମଉଜ: ଅସହାୟଙ୍କ ସହ ରଜ ପର୍ବ ପାଳିଲା ସଂକଳ୍ପ ଟ୍ରଷ୍ଟ

By Angul TV Bureau

June 15, 2022

ଅନୁଗୁଳ : ଅନୁଗୁଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ସୋସିଆଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାଳନ କରାଯାଇଛି ଓଡ଼ିଶାର ମୁଖ୍ୟ ଗଣପର୍ବ ରଜ ସଂକ୍ରାନ୍ତି। ଏଥରକ ଟ୍ରଷ୍ଟ ତରଫରୁ ଦଳିତ, ଅବହେଳିତ ଓ ଅସହାୟଙ୍କ ସହ ରଜ ପାଳନ କରାଯାଇଛି।

ଟ୍ରଷ୍ଟର ସଦସ୍ୟ ପ୍ରଥମେ କେଦାର ଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରରେ ପହଞ୍ଚି ଅନ୍ତେବାସୀଙ୍କ ସହ ଖୁସି ମଜା କରିବା ସହ ରଜ ଗୀତ ଗାନ କରିଥିଲେ। ପରେ ରଜ ଉପଲକ୍ଷେ ବରା, କାକରା, ମଣ୍ଡା, ଆରିସା, ଇଟିଲି ଓ ମିଠା ବଣ୍ଟନ କରାଯାଇଥିଲା। ପରେ ଅନୁଗୁଳ ସ୍ଥିତ ଜରାଶ୍ରମରେ ବୃଦ୍ଧ ବୃଦ୍ଧାଙ୍କୁ ରଜ ପିଠା ବଣ୍ଟନ କରାଯାଇଥିଲା। ପରେ ଅନୁଗୁଳ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଗରିବ ଲୋକଙ୍କୁ ମଧ୍ୟ ରଜ ପିଠା ବଣ୍ଟନ କରାଯାଇଥିଲା। ପ୍ରାୟ ୧୦୮ ଜଣ ଲୋକଙ୍କୁ ରଜ ପିଠା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶୈଳବାଳା ମିଶ୍ର ଓ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ରତିକାନ୍ତ ସେଠଙ୍କ ସମେତ ପତିତପାବନ ଜେନା, ବିମଳ ସାହୁ, ସୁଶାନ୍ତ କୁମାର ଦାସ, ସୁଭଦ୍ରା ରାଣୀ ଦାସ, ନୀତେଶ ଜେନା, କୃଷ୍ଣଚନ୍ଦ୍ର ବେହେରା, ମିର୍ଜା ସଜିଦ୍ ବେଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।