ଅନ୍ୟାନ୍ୟ

ରାଜମିସ୍ତ୍ରୀ ସମ୍ମିଳନୀ, ଯୋଗଦେଲେ ୩୦ ଜଣରୁ ଊର୍ଦ୍ଧ୍ଵ କୁଶଳୀ ମିସ୍ତ୍ରୀ

By Angul TV Bureau

January 20, 2023

ଅନୁଗୁଳ : ଅନୁଗୁଳ ଉଚ୍ଚ ବାଳିକା ବିଦ୍ୟାଳୟ ସମ୍ମୁଖ ଉତ୍କଳ ଏଣ୍ଟରପ୍ରାଇଜର୍ସ ପରିସରରେ ସେଲ୍ ଟାଇଗର ରଡ୍ କମ୍ପାନୀ ଦ୍ଵାରା ଏକ ରାଜମିସ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଏହି ସମ୍ମିଳନୀରେ ଅନୁଗୁଳ ଅଞ୍ଚଳର ପ୍ରାୟ ୩୦ ଜଣରୁ ଊର୍ଦ୍ଧ୍ଵ କୁଶଳୀ ରାଜମିସ୍ତ୍ରୀ ଯୋଗଦାନ କରିଥିଲେ। କମ୍ପାନୀ ତରଫରୁ ରଶ୍ମି ରଞ୍ଜନ ପ୍ରଧାନ ଓ ତପନ ରାଣା ଉପସ୍ଥିତ ରାଜମିସ୍ତ୍ରୀଙ୍କୁ ସେଲ ଟାଇଗର ନିର୍ମିତ ରଡର ମାନ ଗୁଣବତ୍ତା ବିଷୟରେ ବିବରଣୀ ଦେବା ସହ ରାଜମିସ୍ତ୍ରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଫଳରେ ରୋଡର ବାସ୍ତବତାକୁ ସମସ୍ତେ ହୃଦବୋଧ କରିଥିଲେ। ଉତ୍କଳ ଏଣ୍ଟରପ୍ରାଇଜର୍ସର ସତ୍ତ୍ୱାଧିକାରୀ ମନୋଜ କୁମାର ଅଗ୍ରୱାଲ ସମ୍ମିଳନୀର ସୁପରିଚାଳନା ତଥା ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।