ଅନ୍ୟାନ୍ୟ

ରାଜା ଶ୍ରୀ ଶ୍ରୀ ସୋମନାଥ ଜଗଦେବ ସିଂ ମହାରାଜଙ୍କର ଜୟନ୍ତୀ ପାଳିତ: ବୃକ୍ଷରୋପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ

By Angul TV Bureau

August 12, 2024

ଅନୁଗୁଳ: ଅନୁଗୁଳର ରାଜା ଶ୍ରୀ ଶ୍ରୀ ସୋମନାଥ ସିଂ ଜଗଦେବ ମହାରାଜଙ୍କର ଜନ୍ମତିଥି ଉପଲକ୍ଷେ ସ୍ଥାନୀୟ ନାଲକୋ ନଗରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

କାର୍ଯ୍ୟକ୍ରମରେ ଏଚ୍ ଆଣ୍ଡ ଏମ୍ ଜିଜିଏମ୍ ସତ୍ୟବାଦୀ ମିଶ୍ର, ଜିଏମ୍ ପ୍ରସନ୍ନ କୁମାର ସାହୁ, ପ୍ରସନ୍ନ ଦାସ, ନାଲକୋ ଅଫିସର ସଂଘ ସଭାପତି ବନମାଳୀ ସେଠି, ଉପ ସଭାପତି କିଶୋର ବେହେରା, ଶ୍ରମିକ ନେତା ନିର୍ମଳ କୁମାର ସାମଲ, ବିନୟ ତ୍ରିପାଠୀ, ପ୍ରକାଶ ସିଂ, ରତ୍ନାକର ପରିଡା, ରଞ୍ଜିତ କୁମାର ସାହୁ, ପାବକ ଗଡ଼ ନାୟକ, ପ୍ରକାଶ ବେହେରା, ମଳୟ ସାହୁ, ଅନୁଗୁଳ ଜିଲ୍ଲା କ୍ଷତ୍ରୀୟ ମହାସଂଘର ସମ୍ପାଦକ ରଞ୍ଜନ ବିଶୋଇ, ପିକେ ମିଶ୍ର, ନରି ଗଡ଼ନାୟକ, ଜିତେନ୍ ମହାନ୍ତି, ସୌରଭ ସାମଲ, ସୁବାଶିଷ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପାଇକ ଆଖଡ଼ା ପ୍ରଦର୍ଶନ କରାଯିବା ସହ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।