ଅନ୍ୟାନ୍ୟ

ଚତୁର୍ଥ ଥର ପାଇଁ ଜିଲ୍ଲା ଛାତ୍ର ବିଜେଡି ସଭାପତି ହେଲେ ରାଜୀବ ଲୋଚନ ଦାସ

By Angul TV Bureau

August 22, 2022

ଅନୁଗୁଳ: ଚତୁର୍ଥ ଥର ପାଇଁ ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ମନୋନୀତ ହେଲେ ରାଜୀବ ଲୋଚନ ଦାସ।

ଏ ଅବସରରେ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ଯ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ସାଂସଦ ମହେଶ ସାହୁ, ସମ୍ବଲପୁର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଳଲହଡା ବିଧାୟକ ମୁକେଶ କୁମାର ପାଲ, ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଦଳର କାର୍ଯ୍ୟଶୈଳୀକୁ ଅନୁସରଣ କରି ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ରାଜୀବ।

ସୂଚନାଯୋଗ୍ୟ ଯେ ରାଜୀବ ୨୦୦୮ରୁ ୨୦୧୨ ଯାଏଁ ମ୍ୟୁନିସିପାଲଟିରେ ସଭାପତି, ୨୦୧୨ରୁ ଜିଲ୍ଲା ସଭାପତି, ୨ ଥର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି।