ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲାର ବାକି ତିନୋଟି ମଣ୍ଡଳର ବିଜେପି ସଭାପତିଙ୍କ ନାଁ ଘୋଷଣା, ସୂଚନା ଦେଲେ ରାଜ୍ୟ ସଭାପତି

By Angul TV Bureau

May 13, 2025

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ସମସ୍ତ ମଣ୍ଡଳର ସଭାପତିଙ୍କ ନାଁ ଘୋଷଣା ସରିଛି। ପୂର୍ବରୁ ୩୧ଟି ମଣ୍ଡଳ ମଧ୍ୟରୁ ୨୮ଟିର ସଭାପତି ନିର୍ବାଚିତ ହୋଇ ସାରିଥିଲେ। ଆଜି ବାକି ଥିବା ଅନ୍ୟ ତିନୋଟି ମଣ୍ଡଳର ସଭାପତି ମନୋନୀତ ହୋଇଛନ୍ତି। ତାଳଚେର ପୌର ମଣ୍ଡଳର ସଭାପତି ଭାବେ ଯୁବନେତା ରାଜେଶ ଦଳେଇ (ମୁନା), ତାଳଚେର ରେଳ ମଣ୍ଡଳର ସଭାପତି ଭାବେ ଗୁରୁଜାଙ୍ଗୁଲି ପଂଚାୟତର ପ୍ରାକ୍ତନ ସରପଞ୍ଚ ସନ୍ତୋଷ କୁମାର ମହାନ୍ତି, ତାଳଚେର ଓ ବଅଁରପାଳ ମଣ୍ଡଳର ସଭାପତି ଭାବେ ସୁବ୍ରତ କୁମାର ସାହୁଙ୍କୁ ମନୋନୀତ କରାଯାଇଛି।

ଏନେଇ ରାଜ୍ୟ ବିଜେପି ସଭାପତି ଲିଖିତ ଭାବେ ଅନୁଗୁଳ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କୁ ଜଣାଇଥିବା ସୂଚନା ମିଳିଛି।ନିର୍ବାଚିତ ହେବା ପରେ ମଣ୍ଡଳ ସଭାପତି ମାନେ ଦଳର ବରିଷ୍ଠ ନେତୃବର୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି।