ଅନ୍ୟାନ୍ୟ

ରାଜିଙ୍ଗ ଚଷା ପୁଞ୍ଜର ବାର୍ଷିକ ସମାବେଶ: ଚାଷୀଙ୍କ ବିକାଶ ପାଇଁ ଏକଜୁଟ ହେଲେ ଶତାଧିକ ସଦସ୍ୟ

By Angul TV Bureau

June 08, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଚିଲଖଣ୍ଡି ଗ୍ରାମର ଆମ୍ବତେଟାଠାରେ ରାଜିଙ୍ଗ ପୁଞ୍ଜ ଚଷା ସମାଜର ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଛି। ସମାଜର ସଭାପତି ଜୟଲାଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ବିଜୟାନନ୍ଦ ପ୍ରଧାନ ପରିଚାଳନା କରିଥିଲେ।

ଏହି ସଭାରେ ଆଖପାଖ ୯ଟି ଗ୍ରାମର ଶତାଧିକ ଚାଷୀ ଯୋଗଦେଇ କୃଷି ଓ କୃଷକର ବିକାଶ ନେଇ ବିସ୍ତୃତ ଆଲୋଚନା କରିଥିଲେ। ସମ୍ପ୍ରତି କୃଷି କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ସମାଜକୁ ଆଗେଇ ନେବା ପାଇଁ ସଦସ୍ୟମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଇଥିଲେ। ପରିଶେଷରେ କୋଷାଧ୍ୟକ୍ଷ ଅଞ୍ଜନ କୁମାର ପ୍ରଧାନ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶ ଚାଷୀମାନଙ୍କ ମଧ୍ୟରେ ଭାଇଚାରା ଓ ସଂଗଠନର ବାର୍ତ୍ତା ପ୍ରସାର କରିଛି।