କଳା ଓ ସଂସ୍କୃତି

ଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

By Angul TV Bureau

August 30, 2023

ଅନୁଗୁଳ: ଆଜି ସ୍ଥାନୀୟ ଅନୁଗୁଳ ସଭାଘରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଶା ରାଜ୍ୟ ଓବିସିର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଉତ୍ସବରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ସୁଖ ଓ ସମୃଦ୍ଧିର କାମନା କରିଥିଲେ।

ଏହି ଉତ୍ସବରେ ପୌରୋହିତ୍ୟ କରି ଶ୍ରୀଯୁକ୍ତ ପ୍ରଧାନ ଉପସ୍ଥିତ ଥିବା ସମସ୍ତଙ୍କୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନର ସଫଳ ଅବତରଣ ପାଇଁ ଧନ୍ୟବାଦ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଯଯାତୀ ପଟ୍ଟନାୟକ, ଉପ-ନଗରପାଳ ଅନୁପମା ସାହୁ, ସଂଯୋଜକ ଦିଲ୍ଲୀପ ଦାସ, ରାଜ୍ୟ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ଜିଲ୍ଲା ଉପ-ସଭାପତି ଅମିୟ ତ୍ରିପାଠୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସୁଚିସ୍ମିତା ତ୍ରିପାଠୀ, ଯୋଗଗୁରୁ ଅଭୟ ରାୟ, କାଉନସିଲର କୈଳାଶ ପ୍ରଧାନ, ସ୍ନେହଲତା ମହାରଣା, ପ୍ରଜ୍ଞା ଦାସ, ନିରଞ୍ଜନ କର, ସଞ୍ଜୁକ୍ତା ନନ୍ଦ, ସରପଞ୍ଚ ଚାପଲିନ ସାହୁ, ସୁଜାତା ସାହୁ, ଅର୍ଚ୍ଚନା ସେଠୀ ଓ ରୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।