ଅନ୍ୟାନ୍ୟ

ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ

By Biswaranjan Pattnaik

August 19, 2024

 

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ସମାରୋହକୁ ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ତଥା ଆସୋସିଏସନ୍ ର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ହିନ୍ଦୁ ସଂସ୍କୃତିରେ ବଳଭଦ୍ର ଜନ୍ମ ଏବଂ ରକ୍ଷାବନ୍ଧନର ମହତ୍ତ୍ଵ ବର୍ଣ୍ଣନା କରିଥିଲେ।ସମ୍ମାନିତ ଅତିଥି ରୂପେ ଆସୋସିଏସନ୍ ର ଉପଦେଷ୍ଟା ତଥା ଆଇନଜୀବି ପ୍ରଦୀପ କୁମାର ଦେବତା ଏବଂ ଆଇନଜୀବି ସଞ୍ଜୟ କୁମାର ମହାପାତ୍ର ଯୋଗ ଦେଇ ରକ୍ଷା ବନ୍ଧନରେ ଭାଇ ଭଉଣୀର ପବିତ୍ର ସମ୍ପର୍କ ଏବଂ ସମାଜରେ ଏହାର ଉପଯୋଗିତା ଉପରେ ମତବ୍ୟକ୍ତ କରିଥିଲେ।ଆସୋସିଏସନ୍ ର ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହାପରେ ରକ୍ଷା ବନ୍ଧନ ଆୟୋଜିତ ହୋଇଥିଲା। ଅତିଥି ଏବଂ ଛାତ୍ରଛାତ୍ରୀ ମାନେ ପଡ଼ିଆରେ ଥିବା ବୃକ୍ଷରେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। ବୃକ୍ଷ ବଞ୍ଚିଲେ ସମାଜ ବଞ୍ଚିବ,ଦେଶ ବଞ୍ଚିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।