ମୁଖ୍ୟ ଖବର

ଅନୁଗୁଳ ସହର ରାମମୟ ସନ୍ଧ୍ୟାରେ ଦିୱାଲିର ଝଲକ

By Biswaranjan Pattnaik

January 22, 2024

ଅନୁଗୁଳ: ଅଯୋଧ୍ୟା ଠାରେ ଶ୍ରୀ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଅନୁଗୁଳରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଦିନସାରା ଶ୍ରୀରାମ ଚରିତ ମାନସ ପାଠ, ହନୁମାନ ଚାଳିଶା ପାଠ, ହୋମ ଯଜ୍ଞ ଆଦି ଲାଗି ରହିଥିଲା। ସନ୍ଧ୍ୟାରେ ମଧ୍ୟ ସହର ବାସୀ ପ୍ରତୀକାତ୍ମକ ଭାବେ ପାଞ୍ଚ ଗୋଟି ଦୀପ ଲଗାଇଥିଲେ। ମାରୱାଡ଼ି ପଟି ଅର୍ଥାତ୍ ବଜାର, ଗାନ୍ଧୀ ମାର୍ଗ ଅଞ୍ଚଳରେ ଦୋକାନୀ ମାନେ ଦୀପ ଓ ବିଜୁଳି ଆଲୋକରେ ଦୋକାନକୁ ସଜାଇଥିଲେ ଯାହାକି ଦିୱାଲିର ଭ୍ରମ ସୃଷ୍ଟି କରିଥିଲା। ଅନେକ ଜାଗାରେ ବାଣ ମଧ୍ୟ ଫୁଟାଇ ଲୋକେ ସେଲିବ୍ରେଶନ କରିଥିଲେ। ଅମଲାପଡ଼ା ରାଧା ମଣ୍ଡପ,ବସ୍ ଷ୍ଟାଣ୍ଡ ପୂଜା କମିଟି(ଦକ୍ଷିଣ) ଓ ଅନ୍ୟାନ୍ୟ ସ୍ଥାନରେ ଶ୍ରୀରାମଙ୍କ ପୂଜା ଆରାଧନା,ଅନ୍ନଭୋଗ ବଣ୍ଟନ ଆଦି କାର୍ଯ୍ୟକ୍ରମ ଚାଲୁ ରହିଥିଲା।ଶୈଳ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା। ଶହ ଶହ ଭକ୍ତ ବାଇଶି ପାହାଚରେ ଦୀପ ଲଗାଇ ଉତ୍ସବ ମନାଇଥିଲେ ।