ଅନୁଗୁଳ: ଅନୁଗୁଳ ବ୍ଲକ୍ ପୁରୁଣାଗଡ଼ ରାମକୃଷ୍ଣ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିରର ସପ୍ତଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରର ସଭାପତି ଆଡଭୋକେଟ ବିଦ୍ୟାଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବରାମ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୁବ ସମାଜ ସେଵୀ ତପନ ଦେବତା, ବଡକେରା ପଞ୍ଚାୟତ ସରପଞ୍ଚ ହାଡ଼ିବନ୍ଧୁ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ କୁମୁଦ ଚନ୍ଦ୍ର ପଣ୍ଡା, ବିଜେପି ନେତା ବିଦ୍ୟାଧର ଚିନିରା, ବିଜେପି ସାତକୋଶିଆ ମଣ୍ଡଳ ସଭାପତି ରାଧାକାନ୍ତ ପଲେଇ, ଯୁବ ସମାଜ ସେଵୀ ଯଶୋବନ୍ତ ବେହେରା, ବିଜେପି ନେତା ଧନେଶ୍ୱର ସାହୁ, ଶଙ୍କର୍ଷଣ ମିଶ୍ର ଏବଂ ମୁଖ୍ୟ ବକ୍ତା ରୂପେ ସୁନିଲ ଦଳବେହେରା ଯୋଗ ଦେଇଥିଲେ।
ରାମକୃଷ୍ଣ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ସମାଜ ସେବୀ ବୀରେନ୍ଦ୍ର ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀପ୍ରିୟା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଚାର୍ଯ୍ୟ ସୁଜିତ ମହାନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସରିତା ମିଶ୍ର, ବୀଣାପାଣି ବିଶ୍ବାଳ, ଦୁଃଶୀଳା ସାମଲ, ସୁନିତା ବିଶ୍ବାଳ, ଅନୁରାଧା ସାହୁ, , ଶ୍ରୀକାନ୍ତ ନାୟକ, ଚାନ୍ଦିନୀ ସିଂହ ପ୍ରମୁଖ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସମସ୍ତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ମଣ୍ଡଳୀ ଉପସ୍ଥିତ ଥିଲେ।