କ୍ରୀଡ଼ା

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା, ଭାଗ ନେଲେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

By Biswaranjan Pattnaik

December 24, 2024

ଅନୁଗୁଳ: ଅନୁଗୁଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରର ୧୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଦ୍ୟା ମନ୍ଦିରର ୨ ଶହରୁ ଊର୍ଦ୍ଧ୍ବ ଶିଶୁ ଭାଇ ଭଉଣୀ ଦୌଡ଼, ଲମ୍ବ ଡିଆଁ, ଅଙ୍କ ଦୌଡ଼, ଉଚ୍ଚ ଡିଆଁ, ବେଲୁନ ଦୌଡ଼, ସଟଫୁଟ, ମ୍ୟୁଜିକ ଚେୟାର, ଡିସକସ ଥ୍ରୋ ଆଦି ଖେଳରେ ଅଂଶ ଗ୍ରହଣ କରିଥିଲେ। ଆଜି ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ନବ ଜୀବନ ମଣ୍ତଳର ସମ୍ପାଦକ ଶିବରାମ ମିଶ୍ର, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ବିଶ୍ଵାଳ, ବିଦ୍ୟା ମନ୍ଦିରର ସଭାପତି ସୁଶାନ୍ତ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଖେଳକୁଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏ ଅବସରରେ ଅତିଥି ମାନେ କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରିଥଲେ। ଶେଷରେ ଛାତ୍ରଛାତ୍ରୀଙ୍କ ମା’ମାନଙ୍କ ମଧ୍ୟରେ ବାଟି ଚାମଚ ପ୍ରତିଯୋଗିତା ହୋଇଥିଲା।

କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ଗୁରୁମା କବିତା କର, ନିରୁପମା ଗଡ଼ନାୟକ, ବନ୍ଦନା ସତପଥୀ, ଜ୍ୟୋସ୍ନାରାଣୀ ପ୍ରଧାନ, ଲିଲି ବେହେରା, ବିନୋଦିନୀ ଦାଶ, ଲିପ୍ସା ପ୍ରିୟଦର୍ଶିନୀ, ଲିପ୍ସାରାଣୀ ଦାଶ, ସ୍ନେହଲତା ଦାଶ, ସିଦ୍ଧାର୍ଥ ଶେଖର ସାହୁ, ସ୍ୱର୍ଣ୍ଣପ୍ରଭା କର, ପୂଜାରାଣୀ ପାତ୍ର, ମଞ୍ଜୁ ଦେହୁରୀ ପ୍ରମୁଖ ପରିଚାଳନା କରିଥିଲେ।