ଅନ୍ୟାନ୍ୟ

ରମେଶ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା

By Biswaranjan Pattnaik

March 02, 2026

ଅନୁଗୁଳ: ରବିବାର କୁଲାଡ଼, ନାଲକୋନଗର ଠାରେ ଅନୁଗୁଳର ପୂର୍ବତନ ବିଧାୟକ ସ୍ବର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ରମେଶ ଜେନା ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରମେଶ ଜେନା ଶ୍ରମିକ ବନ୍ଧୁ ପୁରସ୍କାର ଓ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିଥିବା ମେଧାବୀ ଓ ଅସହାୟ ଛାତ୍ରଛାତ୍ରୀ ମାନଙ୍କୁ ରମେଶ ଜେନା ଶିକ୍ଷା ପ୍ରୋତ୍ସାହନ ପୁରସ୍କାର ଓ ରମେଶ ଜେନା ସମାଜସେବା ପୁରସ୍କାର ପ୍ରଦାନ କରାଯାଇଥିଲା।

ରମେଶ ଜେନା ସ୍ମୃତି ପରିଷଦର ଚେୟାରମାନ ହେମନ୍ତ ସାମଲ ଏହି ଅବସରରେ କହିଥିଲେ ଯେ, ରମେଶ ଜେନା ସ୍ମୃତି ପରିଷଦ ସ୍ବର୍ଗତ ରମେଶ ଜେନାଙ୍କ ମୂଲ୍ୟବୋଧ, ଶ୍ରମିକ ପ୍ରତି ସମର୍ପଣ ଓ ସେବା ଆଦର୍ଶକୁ ଜୀବନ୍ତ ରଖି ସମାଜ ସେବାରେ ନିରନ୍ତର କାର୍ଯ୍ୟ କରିବ। ପରିଷଦ ପକ୍ଷରୁ ଆଗାମୀ ଦିନରେ ଅସହାୟ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ସହାୟତା, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ ଓ ଶ୍ରମିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି। ପ୍ରତିବର୍ଷ ରମେଶ ଜେନା ସ୍ମୃତି ଦିବସ ପାଳନ ସହିତ ପୁରସ୍କାର ଓ ବୃତ୍ତି ପ୍ରଦାନ ଜାରି ରହିବ।

ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂଦେଓ, ପୂର୍ବତନ ସାଂସଦ ଡ଼. ରାମଚନ୍ଦ୍ର ଖୁଣ୍ଟିଆ, ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ବିଧାୟକ ପ୍ରତାପ ପ୍ରଧାନ, ରଜନୀକାନ୍ତ ସିଂହ, ଶ୍ରମିକ ନେତା କିଶୋର ଜେନା, ମଦନ ମୋହନ ଧଳ, ସସ୍ମିତା ବେହେରା, ସୁନିଲ ପ୍ରଧାନ, ଶିଳ୍ପପତି ଗଙ୍ଗାଧର ସାମଲ, ମହେଶ୍ୱର ନାଏକ, ଅକ୍ଷୟ ସାମନ୍ତ, ନିର୍ମଳ ସାମଲ, ଶକ୍ତି ପଟ୍ଟନାୟକ, ଜିତେନ୍ଦ୍ର ସାହୁଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରମିକ ନେତା ଦିଗାମ୍ବର ଗଡ଼ନାୟକ, ବିଜନ ଦଳବେହେରା, ପ୍ରକାଶ ବେହେରା, ବାବୁଲି ସେଠୀ, ଅନିଲ ବରାଳ ଓ ବିଭୂତି ମହାପାତ୍ରଙ୍କୁ ରମେଶ ଜେନା ଶ୍ରମିକ ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ଶ୍ରୀ ବୁଧୁରାମ ମୁର୍ମୁ, ଅଭିଲିପ୍ସା ପ୍ରିତିପଦ୍ମା ବେହେରା, ୟାସିନା ସାହୁ, ଅର୍ପିତା ମାଝୀ, ସାଇଶକ୍ତି ବେହେରା, ସୋନାଲି ଦେହୁରୀ, ଯତୀନ ପ୍ରସାଦ ଦେହୁରୀଙ୍କୁ ରମେଶ ଜେନା ଶିକ୍ଷା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ ଓ ସମାଜ ସେବା କ୍ଷେତ୍ରରେ ଚିନ୍ମୟୀ ଦାସ ଙ୍କୁ ରମେଶ ଜେନା ସମାଜ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା।

ଉକ୍ତ ବୈଠକରେ ପରିଷଦର ସାଧାରଣ ସମ୍ପାଦକ ରାଜୀବ ଜେନା, ଉପଦେଷ୍ଟା ବିପ୍ଳବ ଜେନା, କାର୍ଯକାରୀ ଅଧକ୍ଷ ଭାସ୍କର ସାହୁ, ବସନ୍ତ ପାତ୍ର, ବିଜନ ଦଳବେହେରା, ନିରୋଦ ଧୀର, ତ୍ରିନାଥ ସାହୁ, ସନାତନ କଅଁର, ଅମିୟ ନାୟକ, ଆରକେ ସିଂହ, ମନୋଜ ସାହୁ, ବିରଞ୍ଚି ସ୍ୱାଇଁ, ବିଭବ ଜେନା, ବସନ୍ତ ଦଳବେହେରା, ମହିମା ଜେନା, ହରି ନାଥ, ବାପୁ ଭଞ୍ଜ, ସୁବ୍ରତ ତ୍ରିପାଠୀ, ପ୍ରଶାନ୍ତ ବିକ୍ରମ ସିଂହଙ୍କ ସମେତ ସବୁବର୍ଗର ୭୦୦୦ ଉର୍ଦ୍ଧ ଜନସାଧାରଣ ସ୍ବର୍ଗତ ରମେଶ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।