ମୁଖ୍ୟ ଖବର

ନବ-ମାଳତୀ ଉତ୍କର୍ଷ ସମ୍ମାନ ସମାରୋହ ଉଦଯାପିତ,ଭକ୍ତି ରସରେ ଦର୍ଶକଙ୍କୁ ବାନ୍ଧିଲେ ଗୀତା ଦାସ

By Biswaranjan Pattnaik

December 30, 2024

ଅନୁଗୁଳ: ସ୍ଥାନୀୟ ସଭାଘରେ ରବିବାର ନବ-ମାଳତୀ ଉତ୍କର୍ଷ ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। ଉଦଯାପନି ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୁପେ ଉଦଘାଟନ କରିଥିଲେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଜିଲ୍ଲା କଳା ସଂସ୍କୃତିର ଉନ୍ନତି ପାଇଁ ତଥା ଦୁସ୍ଥ କଳାକାରଙ୍କ ସମସ୍ୟା ଦୂର ପାଇଁ ସରକାର ଦୃଷ୍ଟି ଦେଉଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ବାଜି ରାଉତ ଛାତ୍ରାବାସର ମୁଖ୍ୟ ସମାଜସେବୀ କ୍ରିଷ୍ଣା ମହାନ୍ତି ଯୋଗଦେଇ ମାଳତୀ ଦେବୀ ସ୍ୱାଧୀନତା ସଂଗ୍ରାମରେ ଗୀତ ଗାଈ କିଭଳି ଲୋକଙ୍କୁ ଏକାଠି କରୁଥିଲେ ତାହା ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପୌର ଉପାଧ୍ୟକ୍ଷା ଅନୁପମା ସାହୁ ଯୋଗ ଦେଇଥିଲେ। ପ୍ରତିଯୋଗିତାର ବିଚାରକ ମାନେ ମଧ୍ୟ ଉପସ୍ଥିତ ଥିଲେ।

ରଙ୍ଗତରଙ୍ଗ ଅନୁଷ୍ଠାନର ସଭାପତି ସୁଦିପ ଗଡ଼ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଦ୍ୟାଧର ନାୟକ ସଂଗଠନ ବିଷୟରେ ସୂଚନା ଦେଇଥିଲେ। ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୀତା ଦାସ କିଛି ଭଜନ ଗାଈ ଶ୍ରୋତାଙ୍କୁ ବାନ୍ଧି ରଖିଥିଲେ। ସଂଗଠନ ପକ୍ଷରୁ ଉପ ସଭାପତି ପର୍ଶୁରାମ ଦାସ, ପ୍ରତାପ ମହାପାତ୍ର, ସତ୍ୟବାନ ବେହେରା, ନିରଦ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ରଞ୍ଜନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।