ଅନୁଗୁଳ: ଶୁକ୍ରବାର କଣିହାଁ ରେଞ୍ଜ ଅଫିସ ପକ୍ଷରୁ ହାଇ ମଣିଷ ଶାନ୍ତିପୂର୍ଣ ସହାବସ୍ଥାନ ନେଇ ଏକ ବୈଠକ ଡକାଯାଇଥିଲା। ଏହି ବୈଠକ ରେ କୃଷ୍ଣ ଚନ୍ଦ୍ର ସାହୁ, ଏସିଏଫ, ଅନୁଗୁଳ ଡିଭିଜନ, ନୀଳମଣି ଦେହୁରୀ ଏସିଏଫ କଣିହାଁ, ମନୋରଞ୍ଜନ ପରିଡା, ବାଇଓଲୋଜିଷ୍ଟ, ଜଲୀ ଦେହୁରୀ, ଫରେଷ୍ଟର,ଅରବିନ୍ଦ ମାଝୀ, ସ୍ନେହ ସଂଗଠନ ସପୋର୍ଟ ଷ୍ଟାଫ, ଏବଂ କୁନା କୁମାର ସାହୁ, ପିପୁଲ ଫର ଅନିମଲ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ହାତୀର ସ୍ଵଭାଵ, ଖାଦ୍ୟ ଅଭ୍ୟାସ, ଆବାସ ସ୍ଥଳି ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ହାତୀ ଚଲାପଥ ନଷ୍ଟ କିଭଳି ନହେବ ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏସବୁ ସତ୍ୱେ ଯଦି ହାତୀ ଫସଲ ନଷ୍ଟ କରେ ତେବେ ଅନୁକମ୍ପା ଆପ ମାଧ୍ୟମରେ କ୍ଷତିପୂରଣ କିଭଳି ପାଇହେବ ସେଥିନେଇ ମଧ୍ୟ ସଭାରେ ଆଲୋଚନା କରାଯାଇଥିଲା।