ଅନ୍ୟାନ୍ୟ

ସେବା ସଂକଳ୍ପ ଅଭିଯାନରେ ରଙ୍ଗୋଲି ଉତ୍ସବ, କଣିହାଁ ଜିପିଏଲ୍‌ଏଫ୍‌ ପ୍ରଥମ

By Angul TV Bureau

October 14, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ପବିତ୍ର ମୋହନ ସଭାଗୃହରେ ମଙ୍ଗଳବାର ସେବା ସଂକଳ୍ପ ଅଭିଯାନ ଅବସରରେ ରଙ୍ଗୋଲି ଉତ୍ସବ ଆୟୋଜିତ ହୋଇଛି। ସମବାୟ ବିଭାଗ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଏହି ଅବସରରେ ତାଳଚେର ସମବାୟ ସହକାରୀ ନିବନ୍ଧକ ନିରଞ୍ଜନ ସେଠ ସମବାୟ ବିଭାଗର ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିବା ବେଳେ ବୟନ ନିରୀକ୍ଷକ ସୁନୀଲ କୁମାର ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ରଙ୍ଗୋଲି ପ୍ରତିଯୋଗିତାରେ କଣିହାଁ ଜିପିଏଲ୍‌ଏଫ୍‌ ପ୍ରଥମ, କଣିହାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଦ୍ୱିତୀୟ ଏବଂ ଦଲକ ଓ କମରେଇ ଜିପିଏଲ୍‌ଏଫ୍‌ ମିଳିତ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ରାଶି ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରହ୍ଲାଦ ସାମଲ, ତାଳଚେର ବିଧାୟକଙ୍କ ପ୍ରତିନିଧି ସୁନିଲ ପ୍ରଧାନ, ବିଡିଓ ତ୍ରିବିକ୍ରମ କୁମୁରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ମିଶ୍ର ଓ ଏବିଡିଓ ସୁତୀକ୍ଷ୍ଣା ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ହିତାଧିକାରୀ ଯୋଗ ଦେଇଥିଲେ।