ଅନୁଗୁଳ: ଅନୁଗୁଳ ଜିଲ୍ଲା ରଣିଆକଟା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସୁଲୋଚନା ପ୍ରଧାନ, ସମିତି ସଭାପତି ଅଜିତ ପ୍ରଧାନ ଯୋଗଦେଇ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ହେଲେ ଧାନ କିଣିବାକୁ ଆସିଥିବା ମାହେଶ୍ବରୀ ମିଲର କର୍ମଚାରୀ ଟ୍ରକ ଆଣି ଚାଷୀଙ୍କ ଧାନ ନ ନେଇ ମଣ୍ଡିରୁ ପଳାଇଥିବା ଜଣାପଡ଼ିଛି। ଏଣୁ ବାଧ୍ୟ ହୋଇ ୧୭ ଜଣ ଚାଷୀ ଟେଣ୍ଟ ତଳେ ତାଙ୍କର ୬୩୪ କ୍ବିଣ୍ଟାଲ ଧାନକୁ ଜଗିବସିଛନ୍ତି। ତେବେ କଟନି ଛଟନି ନ କରି ଚାଷୀଙ୍କ ଧାନକୁ କ୍ରୟ କରିବାକୁ ଚାଷୀମାନେ ଦାବି କରିଛନ୍ତି।