ଅନ୍ୟାନ୍ୟ

ରଣିଆକଟା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବନବିହାର କାର୍ଯ୍ୟକ୍ରମ ଆୟୋଜିତ

By Angul TV Bureau

January 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ଅତୀଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ଶିକ୍ଷକ ଉପେନ୍ଦ୍ର କୁମାର ପ୍ରଧାନ, ହରିବନ୍ଧୁ ପ୍ରଧାନ ଯୋଗଦେଇ ଥିଲେ। ଏଥିରେ ବନ୍ଦନା କାର୍ଯ୍ୟକ୍ରମକୁ ଆଚାର୍ଯ୍ୟା ସୁଦିପ୍ତା ସାହୁ ପରିଚାଳନା କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ ବୀରେନ କୁମାର ପ୍ରଧାନ, ସଞ୍ଜୟ ନାୟକ, ଅନୁପମ ପ୍ରଧାନ, ଆଚାର୍ଯ୍ୟା ସୁଜାତା ପ୍ରଧାନ, ଅନୀତା ପ୍ରଧାନ, କୁମୁଦିନୀ ପ୍ରଧାନ, ଲିପିକା ସାହୁ, ମୀନତି ନାୟକ ସହଯୋଗ କରିଥିଲେ।