କ୍ରୀଡ଼ା

ରାଣୀଗୋଡ଼ା ଉ:ପ୍ରା ସ୍କୁଲର ବାର୍ଷିକ କ୍ରୀଡା

By Biswaranjan Pattnaik

December 20, 2023

ଅନୁଗୁଳ: ସ୍ଥାନୀୟ ରାଣୀଗୋଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନି ଦିନିଆ ବାର୍ଷିକ କ୍ରିଡା ଉତ୍ସବ ଉଦଯାପିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ଜେନାଙ୍କ ସଭାପତିତ୍ବରେ ‘ବିଦ୍ୟାଳୟ ପରିଚାଳନା’ କମିଟିର ସଭାପତି ଅନିଲ କୁମାର ବେହେରା ‘ମୋ ସ୍କୁଲ ଅଭିଯାନ’ କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସିଂହ ସାମନ୍ତ, ଉପ ସଭାପତି ନୀର ସାହୁ, ସଦସ୍ଯ ଧନେଶ୍ଵର ଦାସ, ତ୍ରେତାନନ୍ଦ ସାମନ୍ତ, ପରିଚାଳନା କମିଟିର ଅନ୍ଯାନ୍ଯ ସଦସ୍ଯ ଗଣ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ଖେଳ ପଡିଆରେ ତିନିଦିନ ଧରି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାର ଆୟୋଜନ କରା ଯାଇଥିଲା । ଉଦଯାପନୀ ଦିବସରେ ମୁଖ୍ଯ ଅତିଥି ସ୍ଥାନୀୟ ସରପଞ୍ଚ ପ୍ରକାଶ ଦେହୁରୀ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା ଜେନା ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଅତିଥି ମାନେ ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରଥିଲେ । ପୁରାତନ ଛାତ୍ର ବିଚିତ୍ରାନନ୍ଦ ସାମନ୍ତ ତାଙ୍କ ସାନ ଭାଇ ଜୀବନାନନ୍ଦର ସ୍ମୃତି ଉଦ୍ଦେଶ୍ଯରେ ଶ୍ରେଷ୍ଠ ଗାୟିକା, ଶ୍ରେଷ୍ଠ ଖେଳାଳୀ, ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଏ ଭଳି ତିନୋଟି ପୁରସ୍କାର ପ୍ରଦାନ କରିଥିଲେ ।