ମୁଖ୍ୟ ଖବର

ଗୋଚର ଜମି ଜବରଦଖଲ ମୁକ୍ତ ନିମନ୍ତେ ଅଣ୍ଟା ଭିଡ଼ିଲେ ରାଣୀଗୋଡ଼ା ଗ୍ରାମବାସୀ

By Angul TV Bureau

July 27, 2026

ଅନୁଗୋଳ: ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମରେ ଗୋଚର ଜମି ଜବରଦଖଲ ମୁକ୍ତ କରିବା ନେଇ ରବିବାର ଏକ ଗ୍ରାମ୍ୟ ବୈଠକ ଅନୁଷ୍ଠିତ ହୋଇଛି। ସରପଞ୍ଚ ପ୍ରକାଶ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତରେ ଏକ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ’ ପ୍ରତିଷ୍ଠା ନିମନ୍ତେ ନୀତିଗତ ନିଷ୍ପତ୍ତି ହୋଇଥିବା ଅବଗତ କରାଯାଇଥିଲା।

ତେବେ ଏହି ପ୍ରସ୍ତାବିତ ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ପଞ୍ଚାୟତର ୧୬ ଏକରରୁ ଅଧିକ ସରକାରୀ ଗୋଚର ଜମିରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇ ରହିଥିବା ଆଲୋଚନା ହୋଇଥିଲା। ଉକ୍ତ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ, ଛେଣ୍ଡିପଦା ବିଧାୟକ, ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବହୁ ଗ୍ରାମବାସୀ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।