କ୍ରୀଡ଼ା

ରଞ୍ଜିତ ସ୍ମାରକୀ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ, ସୁବେଦାର ବଘାର ଓ ସୁମିତ୍ରା ଅମାନ୍ତ ଚାମ୍ପିୟନ

By Angul TV Bureau

December 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡ଼ାଠାରେ ଥିବା ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରଞ୍ଜିତ କୁମାର ଦଶମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ସମ୍ପାଦକ ମାଧବ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର କୋଷାଧ୍ୟକ୍ଷ ଦଶରଥ ପ୍ରଧାନ, ଅନୀଲ କୁମାର ପ୍ରଧାନ, ସୌଭାଗିନୀ ମିଶ୍ର ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ତେବେ ବାଳକଙ୍କ ପ୍ରତିଯୋଗିତାରେ ଦ୍ୱିତୀୟ ବର୍ଷ କଳା ଛାତ୍ର ସୁବେଦାର ବଘାର ଚାମ୍ପିୟନ ହୋଇଥିବା ବେଳେ ବାଳିକାଙ୍କ ମଧ୍ୟରେ ବିଜ୍ଞାନ ବିଭାଗ ଦ୍ୱିତୀୟ ବର୍ଷ ଛାତ୍ରୀ ସୁମିତ୍ରା ଅମାନ୍ତ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ଉଭୟ ଚାମ୍ପିୟନଙ୍କୁ ଅତିଥି ପୁରସ୍କୃତ କରିଥିଲେ।