ଅନୁଗୁଳ: ଜାନ୍ସେନ୍ ଲେପ୍ରସି କଲୋନୀରେ ରହୁଥିବା ରଞ୍ଜୁ ମହାନ୍ତି ବିକଳାଙ୍ଗତା ଯୋଗୁଁ ଏକଦା ଡାହାଣ ଗୋଡଟି ହରାଇ ବସିଥିଲେ। ଚଲା ବୁଲା କରିବା ପାଇଁ ବହୁ ଅସୁବିଧା ଭୋଗୁଥିଲେ। ଦିବ୍ୟାଙ୍ଗ ହେବା ପରେ ତାଙ୍କର ମାନସିକ ଯନ୍ତ୍ରଣା ମଧ୍ୟ ବଢ଼ି ଯାଇଥିଲା। ତେବେ ଡିଏଚ୍ଏଚ୍ ର ଫିଜୀଓଥେରାପିଷ୍ଟ ସୁନିଲ କୁମାର ମିଶ୍ରଙ୍କ ଏହା ନଜରକୁ ଆସିବା ପରେ ସେ ଦିଲ୍ଲୀରୁ ଏକ କୃତ୍ରିମ ଗୋଡ଼ ମଗାଇ ବାର ବ୍ୟବସ୍ଥା କରିଥିଲେ ଶେଷରେ ଅନୁଗୁଳ ଆଡଭାନ୍ସଡ ରିହାବିଲିଟି ସେଣ୍ଟର୍ ପକ୍ଷରୁ ଭାରପ୍ରାପ୍ତ ସାମାଜିକ କଲ୍ୟାଣ ଅଧିକାରୀ ମନିଷ ଏକ୍କା ନିଜେ ଶ୍ରୀମତୀ ମହାନ୍ତିଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରିଥିଲେ।
ଏବେ ଗୋଡ଼ ପାଇ ଦୁନିଆକୁ ଭିନ୍ନ ଢଙ୍ଗରେ ଦେଖୁଥିବା ରଞ୍ଜୁ ବହୁତ୍ ଖୁସି ଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଅନ୍ୟ ଦିବ୍ୟ।ଙ୍ଗ ଲୋକମାନଙ୍କୁ କୃତ୍ରିମ ହାତ ଗୋଡ଼ ଆଦି ଦିଆଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି କୁହା ଯାଉଛି।