ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୂର ଗାଁର ରାଜେନ୍ଦ୍ର ବାଘକୁ ସ୍ଥାନୀୟ କିଶୋରନଗର ପୁଲିସ ଦୀର୍ଘ ୪ ବର୍ଷ ପରେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ମହିଳାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ଫେରାର ହୋଇ ଯାଇଥିଲେ। ତେବେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ତାକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଅନୁଗୁଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।