ଅନୁଗୁଳ: ପାଲଲହଡା ଉପଖଣ୍ଡ ଖମାର ଥାନା ଇଲାକାରେ ସୋମବାର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି । ମାଛ ତରକାରୀ ଓ ଚକଲେଟ ଦେବା ବାହାନାରେ ଜଣେ, ୧୬ ବର୍ଷ ର ବାଳକ ଏହି ଅମାନବୀୟ କାଣ୍ଡ ଘଟାଇଥିବା ପୀଡ଼ିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲାରେ । ତିନି ମାସ ହେଲା ପୀଡ଼ିତାଙ୍କ ବାପା ସପରିବାର ଶ୍ୱଶୁର ଘର ଖମାର ଥାନା ଇଲାକାରେ ରହି ମୂଲମଜୁରୀ କରି ଚଳୁଛନ୍ତି । ସୋମବାର ସ୍ଵାମୀ-ସ୍ତ୍ରୀ ଘରେ ନଥିବା ବେଳେ ସେହି ସାହି ର ଅଭିଯୁକ୍ତ ନାବାଳକ ମାଛ ତରକାରୀ ଓ ଚକଲେଟ ଲୋଭ ଦେଖାଇ ଛାତ୍ରୀଙ୍କୁ ଘରୁ ନିକଟସ୍ଥ ଆମ୍ବତୋଟାକୁ ଡାକି ନେଇ ବଳାତ୍କାର କରିଥିଲା। ପୀଡ଼ିତା କାନ୍ଦି କାନ୍ଦି ସମ୍ପର୍କୀୟ ଆଈଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ମାମଲା ଥାନାକୁ ଯାଇଥିଲା । ଖମାର ଥାନା ଅଧିକାରୀ ନିରୋଦ କୁମାର ଦାସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ ।