ମେଷ: ଘାତବାର ଓ ଷଷ୍ଠ ଚନ୍ଦ୍ର ଯୋଗୁ ସମସ୍ତ କମରେ ଶୁଭଫଳ ମିଳିଲେ ମଧ୍ୟ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ। ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା,ଶରୀରରେ ସୁସ୍ଥତା ଏବଂ ସମସ୍ତ କର୍ମରେ ସ୍ବଚ୍ଛତା ଓ ସମୟାନବୁର୍ଲିତା ଆପଣେଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆୟର କିଛି ଅଂଶ ଋଣ ପରିଶୋଧରେ ବିନୋଗ କରିବେ ।ଯେଉଁମାନଙ୍କର ଦ୍ବିଜା ମେଷ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୩, ଆରାଧନା: ପ୍ରଭୁ ହନୁମାନ ।
ବୃଷ: ଘାତଚନ୍ଦ୍ର ଓ ଦିବା ୧୦ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଘାତତିଥ୍ ଯୋଗୁ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ଅସଫଳ ପ୍ରୟୋଗ କରିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ କିମ୍ବା ପିତାମାତାଙ୍କ ସ୍ବାସ୍ଥ୍ୟଗତ ବାଣିଜ୍ୟ, ବ୍ୟବସାୟ ସମସ୍ୟା ଦେଖାଦେବ। ପରିବହନରେ ଆୟ ସ୍ବଳ୍ପ ହେବ ଏବଂ ସମସ୍ତ କର୍ମରେ ବାଧାବିଘ୍ନ ଦେଖାଦେବ ଯେଉଁମାନଙ୍କର ମୃଗଶିରା ଓ କୃଷିକା ବୃଷ ଏବଂ ଯାହାର ପ୍ରଥମ ନାମାକ୍ଷର ଉ, ଏ, ଦେ,ଦୋ, ସେମାନେ ସତର୍କ ହେବେ। ଶୁଭରଙ୍ଗ: ନୀଳ,ସଂଖ୍ୟା: ୪, ଆରାଧନା: ମା’ କମଳା ।
ମିଥୁନ: କୃଷ୍ଣପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ସ୍ବଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ଉଚ୍ଚ ସମ୍ମାନ ମିଳିବ । ଯେଉଁମାନଙ୍କର ଆର୍ଦ୍ର ମିଥୁନ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ସବୁଜ,ସଂଖ୍ୟା: ୬, ଆରାଧନା: ମା’ ଛିନ୍ନମସ୍ତା ।
କର୍କଟ: ତୃତୀୟ ଚନ୍ଦ୍ର, ରବିବାର, ସୌଭାଗ୍ୟ ଯୋଗ,ଶୋଭନକରଣ ହେତୁ ମନରେ ଉତ୍ସାହ, ଉଦ୍ଦୀପନା,ପରିବାରରେ ସୁଖଶାନ୍ତି ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ,ଶ୍ରଦ୍ଧା ଓ ଆନ୍ଧ୍ରରିକତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ସମୟାନୁବର୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା:୧, ଆରାଧନା: ମା’ ଭୁବନେଶ୍ବରୀ।
ସିଂହ: କୃଷ୍ଣପକ୍ଷର ଦ୍ବିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଆର୍ଥିକ ଠକାମି, ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ବଦଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସଙ୍କଟ ଉପୁଜିବ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ବୃଦ୍ଧି ପାଇବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ଓ ଯାହାର ପ୍ରଥମ ନାମାକ୍ଷର ‘ଟେ’ ସେମାନେ ସତର୍କ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୧୧, ଆରାଧନା: ମା’ ମାଣିକେଶ୍ବରୀ ।
କନ୍ୟା: ଶ୍ରୀଚନ୍ଦ୍ର, ରବିବାର ଯୋଗୁ ଆମୋଦପ୍ରମୋଦ ଓ ମଉଜ, ମଜଲିସରେ ଅଧୁକ ଆଗ୍ରହ ରହିବ ଏବଂ ପରିବାରରେ ସୁଖଶାନ୍ତି ଅତୁଟ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ପରିବାର ସହ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯିବେ ଏବଂ ପରିବାର ପ୍ରତି ଅଧୂକ ଦୁର୍ବଳତା ଦେଖାଦେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଉପକୃତ ହେବେ । ଶୁଭରଙ୍ଗ:ଚକୋଲେଟ୍, ସଂଖ୍ୟା: ୧୨, ଆରାଧନା: ଭଗବାନ ବିଷ୍ଣୁ ।
ତୁଳା: କୃଷ୍ଣପକ୍ଷର ଦ୍ବାଦଶ ଚନ୍ଦ୍ର ଯୋଗୁ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ସମସ୍ତ କର୍ମରେ ଆପଣଙ୍କର ତତ୍ପରତା ଓ ବିଚକ୍ଷଣତା ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ ଏବଂ ବହୁ ଭାବିଚିନ୍ତି ଖର୍ଚ୍ଚ କରିବେ । ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନକୁ ଯାତ୍ରା କରିବେ ଏବଂ ମନରୁ ଦୁଶ୍ଚିନ୍ତା ଅପସରିବ। ଯେଉଁମାନଙ୍କର ସ୍ବାତୀ ତୁଳା ସେମାନେ ଉପକୃତ ହେବେ। ଶୁଭରଙ୍ଗ: ସିଲ୍ଭର, ସଂଖ୍ୟା: ୨,ଆରାଧନା: ମା’ ସମଲେଶ୍ବରୀ ।
ବିଛା: ଏକାଦଶ ଚନ୍ଦ୍ର, ରବିବାର ଓ ଚନ୍ଦ୍ର,ମଙ୍ଗଳ ଉଭୟ ନକ୍ଷତ୍ର ଭୋଗ ହେଉଥିବାରୁ ଓ ଘାତତିଥ୍ ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ଯ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ବିବିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନୋଗ କରିବେ । ସମସ୍ତ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେ । ବିଛା ସେମାନେ ଉପକୃତ ହେବେ ।ଶୁଭରଙ୍ଗ: ଲାଲ, ସଂଖ୍ୟା: ୧୧, ଆରାଧନା: ମା’।ବଗଳାମୁଖୀ ।
ଧନୁ: ଦଶମ ଚନ୍ଦ୍ର, ଦଶମୀ ତିଥୁ, ରବିବାର ଓ ଦିବା ୧୦ଟା ୧୮ ମିନିଟ୍ ପରେ ମଙ୍ଗଳଙ୍କ ନକ୍ଷତ୍ର ରୋଗ ହେଉଥିବାରୁ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ଧ୍ୟାନ ଓ ଆଗ୍ରହ ରହିବ ଏବଂ ବ୍ୟବସାୟ ଅପେକ୍ଷା କର୍ମରେ ଅଧିକ ସଫଳତା ମିଳିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ । ମନରେ ପ୍ରସନ୍ନତା,ପରିବାରରେ ସୁଖଶାନ୍ତି ଏବଂ ସ୍ଵାସ୍ଥ୍ୟ ଉତ୍ତମ ରହିବ।ଯେଉଁମାନଙ୍କର ପୂର୍ବଷାଢ଼ା ଧନୁ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ ।
ମକର: ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା,ପରିବାରରେ ମତାନୁର ଏବଂ ପୁରାତନ ବନ୍ଧୁଙ୍କ ସହ ମତାନ୍ତର ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ଵଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ। ପରିବାରରେ ବୟୋଜ୍ୟେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମରେ ବିଫଳତା ଓ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ।ଯେଉଁମାନଙ୍କର ଧନି ମକର ଓ ଯାହାର ପ୍ରଥମ ନାମାକ୍ଷର ଗା, ଗି ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୬, ଆରାଧନା: ମା’ ଭୈରବୀ ।
କୁମ୍ଭ: ଅଷ୍ଟମ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ହେବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ବଦ୍ଖର୍ଚ୍ଚ ଅଧିକ।ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖୁବେ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ । କର୍ମରେ।ବାଧାବିଘ୍ନ ଓ ସମସ୍ତ କର୍ମରେ ଅଥା ବିଳମ୍ବ ଦେଖାଦେବ ।ଯେଉଁମାନଙ୍କର ଧନି । କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ଗେ, ଗୁ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧୂସର,ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।
ମୀନ: ସପ୍ତମ ଚନ୍ଦ୍ର, ରବିବାର ଓ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆମୋଦପ୍ରମୋଦ ଓ ମଉଜ ମସ୍ତିରେ ଅଧିକ ଆଗ୍ରହ ରହିବ । ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ ।ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା :୯,ଆରାଧନା: ପ୍ରଭୁ ଗଜାନନ ।