ରାଶିଫଳ

ଆଜିର ରାଶିଫଳ

By angultvadmin

December 25, 2022

ମେଷ: ଘାତବାର ଓ ଦଶମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ। କର୍ମରେ ଉନ୍ନତି ଏବଂ ନୂତନ କର୍ମାରମ୍ଭ କରିବେ ଏବଂ ଆଜି ଯେକୌଣସି କର୍ମ ହାତକୁ ନେବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ।ବାଣିଜ୍ୟ,ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଓ ସ୍ବାସ୍ଥ୍ୟ ଉତ୍ତମ ରହିବ। ଯେଉଁମାନଙ୍କର ଦ୍ବିଜା ମେଷ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା:ପବଜ୍ଞକ୍ଟଙ୍ଗ୍ରଭୁ ହନୁମାନ।

ବୃଷ: ଶୁକ୍ଳପକ୍ଷର ନବମ ଚନ୍ଦ୍ର ଯୋଗୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ, କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ। ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ । ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ଧନ, ସମ୍ପଦ,ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ପାଇବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୧୨, ଆରାଧନା: ପ୍ରଭୁ ଶ୍ରୀରାମ।

ମିଥୁନ: ଅଷ୍ଟମ ଚନ୍ଦ୍ର ହେତୁ ମନରେ ଅସ୍ଥିରତା, ପରିବାରରେ ବିବାଦ ଓ ଚାଲିଚଳନ ବ୍ୟବହାର ବିବାଦୀୟ ହେବ। ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ଅପେକ୍ଷା ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ। କର୍ମରେ ବିଫଳତା,ସୃଜନ, ଗୃହକର୍ମରେ ଅବହେଳା, କର୍ମ ପ୍ରତି ଆଳସ୍ୟତା ବୃଦ୍ଧି ପାଇବ । ଯେଉଁମାନଙ୍କର ଆର୍ଦ୍ର ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କୁ, ଘ, ଙ, ଛ ସେମାନେ ସତର୍କ ହେବେ। ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ ।

କର୍କଟ: ସପ୍ତମ ଚନ୍ଦ୍ର ଯୋଗୁ ସ୍ବୀସୌଖ୍ୟ, ସ୍ବୀହେତୁକ ଧନପ୍ରାପ୍ତି ଏବଂ ପରିବାରର ସୁଖଶାନ୍ତି ଅତୁଟ ରହିବ। ପରିବାର ପ୍ରତି ମନରେ ଅଧୂକ ଦୁର୍ବଳତା ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ଧ୍ରରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ଲାଭ କରିବେ। ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୭, ଆରାଧନା: ଭଗବାନ ଶିବ ।

ସିଂହ: ଘାତଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ଅଯଥା ଶତ୍ରୁବୃଦ୍ଧି ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ। ପରିବାରରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ସୃଜନରେ ବନ୍ଧୁବାନ୍ଧବଙ୍କ ସହ ମନୋମାଳିନ୍ୟ ଦେଖାଦେବ। ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ସ୍ବଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । କର୍ମରେ ବିଫଳତା ଓ ସହକର୍ମୀଙ୍କ ସହ ମତାନ୍ତର ହେବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ଓ ଯାହାର ପ୍ରଥମ ନାମାକ୍ଷର ଟ, ସେମାନେ ସତର୍କ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: ଶୁକ୍ଳକ୍ଷର ପଞ୍ଚମ ଚନ୍ଦ୍ର, ରବିବାର ଯୋଗୁ ବିଦ୍ୟା,ବୁଦ୍ଧି, ଜ୍ଞାନ, ଗରିମା ଓ ଦୂରଦୃଷ୍ଟିର ବିକାଶ ଘଟିବ। ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ରହିବ । କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ପଶଂସାଭାଜନ ହେବେ । ଯେଉଁମାନଙ୍କର ହସ୍ରା କନ୍ୟା,ସେମାନେ ଉପକୃତ ହେବେ। ଶୁଭରଙ୍ଗ: କଫି, ସଂଖ୍ୟା: ୪, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା: ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ,ଆର୍ଥିକ କାରବାର, ଯାନବାହନ ଆରୋହଣ, ସୃଜନରେ କଥାବାର୍ତ୍ତା କଲାବେଳେ ସତର୍କ ହେବେ । ସୃଜନରେ ବିବାଦ, ପରିବାରରେ ମତାନୁର, ଆର୍ଥିକ କ୍ଷତି, ଆର୍ଥିକ ଠକାମିରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ,ପରିବହନରେ କ୍ଷତି ଦେଖାଦେବ । କର୍ମରେ ବିଫଳତା,କର୍ମ ପ୍ରତି ଅନାଗ୍ରହ ଏବଂ ସହକର୍ମୀଙ୍କର ବିରୋଧର ଶିକାର ହେବେ। ଯେଉଁମାନଙ୍କର ସ୍ଵାତୀ ତୁଳା ଓ ଯାହାର ପ୍ରଥମ ନାମାକ୍ଷର ରୁ, ରେ, ରୋ, ତା, ସେମାନେ ସତର୍କ ହେବେ। ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ବରୀ ।

ବିଛା: ତୃତୀୟ ଚନ୍ଦ୍ର ଯୋଗୁ ମନରେ ଉତ୍ସାହ, ଉଦ୍ଦୀପନା,ପରିବାରରେ ସୁଖଶାନ୍ତି ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଭ୍ରାତୃଭଗ୍ନୀଙ୍କ ସାହାଯ୍ୟ, ସହଯୋଗ ଏବଂ ସେମାନଙ୍କଠାରୁ ସାହାଯ୍ୟ,ସହଯୋଗ ମିଳିବ । ସୁଖବର, ସୁସମ୍ମାନ ମିଳିବ ଏବଂ।ମନରେ ଉନ୍ନତ ଚିନ୍ତାଧାରା ପ୍ରକାଶ ପାଇବ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଗୋଲାପ, ସଂଖ୍ୟା: ୬, ଆରାଧନା: ମା’ ଚଣ୍ଡୀ ।

ଧନୁ: ଶୁକ୍ଳପକ୍ଷର ଦ୍ବିତୀୟ ଚନ୍ଦ୍ର ଯୋଗୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତି ସୁଧୁରିଯିବ । ଧନ ଓ ଆୟ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଆୟ ଯେତେ ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଘଟିପାରେ । ଯେଉଁମାନଙ୍କର ପ୍ରର୍ବାଷାଢ଼ା ଧନୁ, ସେମାନେ ସୁଫଳ ପାବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା: ମା’ ଧୂମାବତୀ ।

ମକର: ଶ୍ରୀଚନ୍ଦ୍ର ଯୋଗୁ ସୃଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ସମସ୍ତଙ୍କ ସହ ବନ୍ଧୁତା ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ଆମୋଦପ୍ରମୋଦ ଓ ମଉଜ ମଜଲିସରେ ଅଧିକ ଧ୍ୟାନ ଓ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଶ୍ରବଣା ମକର,ସେମାନେ ଉପକୃତ ହେବେ । ଶୁଭରଙ୍ଗ: କଳା, ସଂଖ୍ୟା: ୧୧, ଆରାଧନା: ମା’ ଦୁର୍ଗା ।

କୁମ୍ଭ: ଶୁକ୍ଳପକ୍ଷର ଦ୍ବାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ,ଅପବାଦ, ଅପଯଶ ଓ ଅପନିନ୍ଦା ପାଇବେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା, କର୍ମରେ ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ।ଯେଉଁମାନଙ୍କର ଶତଭିଷା କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ଗୋ, ସା, ସି, ସୁ, ସେମାନେ ସତର୍କ ହେବେ। ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୬, ଆରାଧନା: ମା’ କାଳୀ।

ମୀନ: ଏକାଦଶ ଚନ୍ଦ୍ର, ରବିବାର ଓ ରବିଙ୍କ ନକ୍ଷତ୍ର ଯୋଗୁ ଆୟ ଅଧୂକ କରିବା ପାଇଁ ଏବଂ ବ୍ୟବସାୟରେ ଉନ୍ନତି କରିବା ପାଇଁ ଉଦ୍ୟମ ଜାରି ରଖିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପଇଁ ଉଦ୍ୟମ ଜାରି ରଖିବେ। କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୯, ଆରାଧନା: ମା’ ଧୂମାବତୀ ।