ରାଶିଫଳ

ଆଜିର ରାଶିଫଳ

By angultvadmin

December 26, 2022

ମେଷ : ଷଷ୍ଠ ଚନ୍ଦ୍ର ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ସନ୍ତାନ ସନ୍ତତିଙ୍କ ବୈବାହିକ କର୍ମର ଆୟୋଜନ କରିବେ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସହକର୍ମୀଙ୍କ ସହାୟତା ଏବଂ ସମସ୍ତଙ୍କର ପ୍ରଶଂସାଭାଜନ ହେବେ। ଯେଉଁମାନଙ୍କର ଦ୍ରିଜା ମେଷ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ:ଲାଲ, ସଂଖ୍ୟା : ୩, ଆରାଧନା: ପ୍ରଭୁ ହନୁମାନ ।

ବୃଷ : ସକାଳ ୧୨ଟା ୩୦ ମିନିଟ୍ ର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ର୍ଯ୍ୟନ୍ତ ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା,ବାଣିଜ୍ୟ, ବ୍ୟବସାୟରେ ସ୍ବଳ୍ପ ଆୟ ଓ କର୍ମରେ ଅସଫଳ ହେବେ। ଏହା ପରେ ଷଷ୍ଠ ଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ବାସ୍ଥ୍ୟ ଉତ୍ତମ ରହିବ। ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ପ୍ରଶଂସାଭାଜନ ହେବେ। ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୨,ଆରାଧନା: ମା’ ସମଲେଶ୍ବରୀ ।

ମିଥୁନ : ସକାଳ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଓ ଘାତବାର ଯୋଗୁ ସମସ୍ତ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ ଏବଂ ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମ ହେବ। ଏହା ପରେ ପଞ୍ଚମ ଚନ୍ଦ୍ର ଯୋଗୁ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ମାନ, ସମ୍ମାନ ହାନି ଘଟିବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର ମୃଗଶିରା ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କା, କି ସେମାନେ ସତର୍କ ହେବେ। ଶୁଭରଙ୍ଗ: ଚକୋଲେଟ୍, ସଂଖ୍ୟା:୧୨,ଆରାଧନା: ମା’ ଭୈରବୀ।

କର୍କଟ : ସୋମବାର ଓ ତୃତୀୟ, ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି।ପାଇବ । ମୂଲ୍ୟବାନ ଧାତୁ, ଭୂମି ଓ ବସନଭୂଷଣ କ୍ରୟ କରିବେ ଏବଂ ନିଜର ଭୂମିପୂଜା କିମ୍ବା ଗୃହ ନିର୍ମାଣ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୫,ଆରାଧନା: ଭଗବାନ ଶିବ।

ସିଂହ : ସକାଳ ୧୨ଟା ୩୦ ମିନିଟ୍ ର୍ଯ୍ୟନ୍ତ ଦ୍ବିତୀୟ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ଧନକ୍ଷତି, ମାନସିକ ଅସ୍ଥିରତା ଏବଂ ପରିବାରରେ ବିବାଦ ଦେଖାଦେବ। ବାଣିଜ୍ୟ,ବ୍ୟବସାୟରେ କ୍ଷତି ଓ କର୍ମରେ ବାଧାବିଘ୍ନ ଘଟିବ। ଏହା ପରେ ତୃତୀୟ ଚନ୍ଦ୍ର ଯୋଗୁ ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଲୋପ ପାଇବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ପୁର୍ବାଫାଲ୍‌ଗୁନୀ ସିଂହ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ସକାଳ ୧୨ଟା ୩୦ ମିନିଟ୍ ର୍ଯ୍ୟନ୍ତ ଶ୍ରୀ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ସଫଳତା, ସୃଜନରେ ସୁସମ୍ପର୍କ, ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଏହା ପରେ ଦ୍ବିତୀୟ ଚନ୍ଦ୍ର ହେତୁ ଆର୍ଥିକ କ୍ଷତି, ଆର୍ଥିକ ଠକାମି ଏବଂ ଧନକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ,ବ୍ୟବସାୟରେ ଆୟ ସ୍ବଳ୍ପ ହେବ ଏବଂ କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ଯେଉଁମାନଙ୍କର ଚିତ୍ରା କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ଯେ, ପୋ ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍,ସଂଖ୍ୟା: ୪ ଆରାଧନା: ଭଗବାନ ବିଷ୍ଣୁ ।

ତୁଳା : ଦ୍ବାଦଶ ଚନ୍ଦ୍ର ଓ ଶ୍ରୀ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ ଓ ପରିବାର ଖର୍ଚ୍ଚ ବହୁତ କମ୍ ରହିବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ସ୍ବାତୀ ଓ ବିଶାଖା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା:୨, ଆରାଧନା: ମା’ କମଳା ।

ବିଛା : ଏକାଦଶ ଚନ୍ଦ୍ର ଓ ଦ୍ବାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ। ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିବେ କିମ୍ବା ଭୂମିପୂଜା କିମ୍ବା ଗୃହ ନିର୍ମାଣ ଆରମ୍ଭ କରିବେ।ବାଣିଜ୍ୟ,ବ୍ୟବସାୟ,ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠ ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୩,ଆରାଧନା: ପ୍ରଭୁ ହନୁମାନ ।

ଧନୁ : ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ସୁଖ, ସୌଭାଗ୍ୟ ହାତ ପାହାନ୍ତାରେ ଉପଲବ୍ଧ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ। ଯେଉଁମାନଙ୍କର ପୁର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି,ସଂଖ୍ୟା: ୧, ଆରାଧନା: ମା’ ତାରା ।

ମକର : ସକାଳ ୧୨ଟା ୩୦ ମିନିଟ୍ ର୍ଯ୍ୟନ୍ତ ନବମ ଚନ୍ଦ୍ର,୧୦ଟା ୦୭ ମିନିଟ୍ ର୍ଯ୍ୟନ୍ତ ଘାତତିଥ୍ ହେତୁ ସେ ସମୟ ପର୍ଯ୍ୟନ୍ତ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା,ଗୁରୁଜନଙ୍କ ସହ ବିବାଦ, ନିଜର ପ୍ରିୟ ବନ୍ଧୁଙ୍କ ସହ ମତାନୁର ଏବଂ ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ। ଏହା ପରେ ଦଶମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ ଆକସ୍ମିକ ପରିବର୍ତ୍ତନ ଆସିବ।ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଅଧୂକ ସଫଳତା ମିଳିବ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ। ଶୁଭରଙ୍ଗ: କଳା, ସଂଖ୍ୟା:୧୧, ଆରାଧନା : ମା’ ଦୁର୍ଗା।

କୁମ୍ଭ : ଅଷ୍ଟମ ଚନ୍ଦ୍ର ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ବିପର୍ଯ୍ୟୟ ଘଟିବ । ସମସ୍ତ କର୍ମରେ ବିଫଳତା ଏବଂ କର୍ମପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖୁବେ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟରେ କ୍ଷତି ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ। ଯେଉଁମାନଙ୍କର ଧନି । କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷଣ ଗେ, ଗୁ ସେମାନେ ସତର୍କ ହେବେ । ଶୁଭରଙ୍ଗ:ବାଇଗଣୀ,ସଂଖ୍ୟା: ୩, ଆରାଧନା: ମା’ ଚଣ୍ଡୀ ।

ମୀନ: ସକାଳ ୧୨ଟା ୩୦ ମିନିଟ୍ ର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ବ୍ୟବସାୟରେ ଶୁଭଫଳ ମିଳିବ ଏବଂ କୌଣସି ମାଙ୍ଗଳିକ କର୍ମ କିମ୍ବା ଶୁଭକର୍ମରେ ଯୋଗ ଦେବେ। ଏହା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ କର୍ମରେ ବହୁବିଧ ସମସ୍ୟା ଦେଖାଦେବ। ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦୁ, ଥ, ଟ ସେମାନେ ସତର୍କ ହେବେ ।ଶୁଭରଙ୍ଗ: ଧଳା, ସଂଖ୍ୟା : ୭, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।