ରାଶିଫଳ

ଆଜିର ରାଶିଫଳ

By angultvadmin

January 24, 2023

ମେଷ: ଏକାଦଶ ଚନ୍ଦ୍ର, ମଙ୍ଗଳବାର ଯୋଗୁ ଧନ, ସମ୍ପଦ ପ୍ରାର୍ଥ୍ୟ ବୃଦ୍ଧି ପାଇବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଭୂମି କ୍ରୟ କରିପାରନ୍ତି କିମ୍ବା ଗୃହ ନିର୍ମାଣ ଆରମ୍ଭ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ଯେଉଁମାନଙ୍କର ଅଶ୍ବିନୀ ଓ କୃଷିକା ମେଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩,ଆରାଧନା: ମା’ ଚଣ୍ଡୀ ।

ବୃଷ: ଦଶମ ଚନ୍ଦ୍ର ଯୋଗୁ କର୍ମ ପ୍ରତି ଅଧିକ ଧ୍ୟାନ ଓ ଗୁରୁତ୍ବ ଦେବେ ଏବଂ କର୍ମ ପ୍ରତି ଅଧୂକ ଧ୍ୟାନ ଦେବେ। କର୍ମରେ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କ୍ୟାଦକ୍ଷତା ଏବଂ କର୍ମକୁଶଳତା ପ୍ରକାଶ ପାଇବ । ମନରେ ସଚିନ୍ଧା, ସତ୍‌ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମ ପ୍ରତି ଅଧୂକ ଆଗ୍ରହ ରହିବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ । ଯେଉଁମାନଙ୍କର କୃଷିକା ଏବଂ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଧଳା, ସଂଖ୍ୟା: ୪, ଆରାଧନା : ମା’ ଗାୟତ୍ରୀ ।

ମିଥୁନ: ଘାତଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ,କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ମନ ଅଶାନ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଆର୍ଦ୍ର ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କୁ, ଘ, ଡ, ଛ ସେମାନେ ସତର୍କ ହେବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା : ୧୨,ଆରାଧନା : ମା’ ଷୋଡ଼ଶୀ ।

କର୍କଟ: ଅଷ୍ଟମ ଚନ୍ଦ୍ର ଓ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥୂବାରୁ ବାଦବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ। ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ,ଆର୍ଥିକ ଠକାମି ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବଦ୍‌ଖର୍ଚ୍ଚ ଅଧୂକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଏବଂ କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତାଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ ଓ ଯାହାର ପ୍ରଥମ ନାମାକ୍ଷର ଡି, ଡୁ, ଡେ,ଡୋ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ,ସଂଖ୍ୟା : ୫, ଆରାଧନା : ମା’ ଭୁବନେଶ୍ବରୀ ।

ସିଂହ: ମାନସିକ, ପାରିବାରିକ ଶାନ୍ତି ଏବଂ ପରିବାରରେ ସ୍ଵର୍ଗୀୟ ସୁଖ ଅନୁଭୂତ ହେବ । ମୂଲ୍ୟବାନ ଧାତୁ,ବସନଭୂଷଣ, ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ । କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା: ୬, ଆରାଧନା : ପ୍ରଭୁ ଗଜାନନ ।

କନ୍ୟା: ଷଷ୍ଠ ଚନ୍ଦ୍ର ଯୋଗୁ ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବାର ଉପାୟ ମିଳିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ପରୋପକାର, ସମାଜସେବା ଓ ଧାର୍ମିକ କ୍ୟାରେ ଅଧୂକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ। ଦେହ, ମନ ସୁସ୍ଥ ରହିବ ଏବଂ ପରିବାରରେ ସୁଖଶାନ୍ତି ଅତୁଟ ରହିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଚକୋଲେଟ୍, ସଂଖ୍ୟା : ୮, ଆରାଧନା : ମା’ ତ୍ରିପୁରସୁନ୍ଦରୀ।

ତୁଳା: ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ ଏବଂ କିଛି ସମସ୍ୟା ଦେଖାଦେବ । ବିଦ୍ୟା, ବୁଦ୍ଧି,ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ବିକାଶ ଘଟିବ ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ପ୍ରାପ୍ତ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ଯମ ହେବ ଏବଂ କର୍ମରେ ସଫଳତା ଏବଂ କର୍ମ କରିବାର ଶୈଳୀରେ ଉନ୍ନତି ଆସିବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା:୨, ଆରାଧନା: ମା’ ସମଲେଶ୍ବରୀ ।

ବିଛା: ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର, ସ୍ବଜନରେ ମତାନ୍ତର,ପରିବାରରେ ମନୋମାଳିନ୍ୟ, ମୂଲ୍ୟବାନ ପଦାର୍ଥ ନଷ୍ଟ । ନବାହନରେ ଖର୍ଚ୍ଚାନ୍ତ, ଆର୍ଥିକ ଠକାମି ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଅଧିକ କ୍ଷତି ଦେଖାଦେବ । କର୍ମରେ ବିଫଳତା, ମନରେ ଅସ୍ଥିରତା, ସମସ୍ତଙ୍କ ସହ ଶତ୍ରୁତା ଏବଂ ଶରୀରରେ ଅସୁସ୍ଥତା ଅନୁଭବ କରିବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ଓ ଯାହାର ପ୍ରଥମ ନାମାକ୍ଷର ଯେ, ଯି, ଯୁ ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩,ଆରାଧନା : ପ୍ରଭୁ ହନୁମାନ ।

ଧନୁ: ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ମାନସିକ, ପାରିବାରିକ ଶାନ୍ତି, ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭ୍ରାତୃଭଗ୍ନୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଆର୍ନ୍ତରିକତା ଅଧିକ ରହିବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧୂକ ସଫଳତା ମିଳିବ ।ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୫,ଆରାଧନା : ମା’ ଧୂମାବତୀ ।

ମକର: ଘାତବାର ଓ ଦ୍ଵିତୀୟ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆୟ ଆହୁରି ଅଧ୍ଵକ କରିବା ପାଇଁ ନୂତନ କଳା କୌଶଳ ଆପଣାଇବେ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଏବଂ ସହକର୍ମୀଙ୍କ ସହ ବିବାଦ ହୋଇପାରେ । ଯେଉଁମାନଙ୍କର ଶ୍ରବଣା ମକର ଓ ଯାହାର ପ୍ରଥମ ନାମାକ୍ଷର ଖୁ, ଖୁ, ଖେ, ଖା ସେମାନେ ସତର୍କ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

କୁମ୍ଭ: ଶ୍ରୀଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଶରୀରରେ ସୁସ୍ଥତା ଏବଂ ଚାଲିଚଳନ ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମତୃପ୍ତି ଏବଂ ଆତ୍ମସନ୍ତୋଷ ରହିବ । କର୍ମରେ ସଫଳତା ଶୀର୍ଷରେ ରହିବ ଏବଂ ସମସ୍ତଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ। ଶୁଭରଙ୍ଗ : ଧୂସର, ସଂଖ୍ୟା : ୧୧, ଆରାଧନା : ମା’ କାଳୀ I

ମୀନ: ଚବିଶ ନକ୍ଷତ୍ର, ଚବିଶ ତାରିଖ, ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ସମସ୍ତ କର୍ମରେ ଅନିୟମିତତା ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତଧାବନ କରିବେ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ରେବତୀ ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦେ, ପୋ, ଚା, ଚୀ,ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା: ୭, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।