ରାଶିଫଳ

ଆଜିର ରାଶିଫଳ

By angultvadmin

December 12, 2022

ମେଷ : ଚତୁର୍ଥ ଚନ୍ଦ୍ର, ଚତୁର୍ଥୀ ତିଥ୍ ଓ ସୋମବାର ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧି ପାଇବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଯାନବାହନ କ୍ରୟ କରିବେ ଏବଂ ଆର୍ଥିକ ଅବସ୍ଥା ସୁଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟ ଆରମ୍ଭ କରିବେ । କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ କରିବେ । ଯେଉଁମାନଙ୍କର ଅଶ୍ବିନୀ ଓ କୃତ୍ତିକା ମେଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୧୧, ଆରାଧନା: ମା’ ବଗଳାମୁଖୀ ।

ବୃଷ : ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ସୁଖବର, ସୁସମ୍ବାଦ ମିଳିବ ଏବଂ ମନରେ ଉତ୍ସାହ, ଉଦ୍ଦୀପନା ପ୍ରକାଶ ପାଇବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ଘାତତିଥ୍ ଯୋଗୁ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁମାନଙ୍କର କୃର୍ତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୧୨, ଆରାଧନା: ମା’ ସମଲେଶ୍ବରୀ ।

ମିଥୁନ : ଘାତବାର ଓ କୃଷ୍ଣପକ୍ଷର ଦ୍ଵିତୀୟ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ବାସ୍ଥ୍ୟ ଓ ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ଅଯଥା ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଏବଂ କର୍ମପ୍ରତି ଆଳସ୍ୟତା ଓ ଅନାଗ୍ରହ ଭାବ ପ୍ରକାଶ ପାଇବ ।ଯେଉଁମାନଙ୍କର ଆର୍ଦ୍ର ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କୁ, ଘ, ଙ, ଛ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଚକୋଲେଟ୍‌, ସଂଖ୍ୟା: ୪, ଆରାଧନା: ମା’ ଛିନ୍ନମସ୍ତା ।

କର୍କଟ : ଶ୍ରୀଚନ୍ଦ୍ର ଓ ସୋମବାର ଯୋଗୁ ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ବାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମପ୍ତି ମିଳିବ । କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା, ସମ୍ମାନ ଓ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ପ୍ରାପ୍ତ କରିବେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ଲାଲ, ସଂଖ୍ୟା: ୧, ଆରାଧନା: ମା’ ଭୁବନେଶ୍ବରୀ ।

ସିଂହ : ଦ୍ବାଦଶ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ଅହେତୁକ ଭାବେ କମ୍ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଖର୍ଚ୍ଚ କରିବାରେ ବହୁତ ଟାଳଟୁଳ ନୀତି ଅବଲମ୍ବନ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଠାରୁ ବ୍ୟୟ ବହୁତ କମ୍ ରହିବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଯେଉଁମାନଙ୍କର ମଘା ଓ ଉତ୍ତରାଫାଲ୍‌ଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ମା’ ମାଣିକେଶ୍ବରୀ ।

କନ୍ୟା : ଏକାଦଶ ଚନ୍ଦ୍ର ଯୋଗୁ ଆୟରେ ଆଖୁଦୃଶିଆ ଉନ୍ନତି ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ। ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ ଏବଂ ଉନ୍ନତି ମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସକ୍ଷମ ପାଇବେ । କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ ।ଯେଉଁମାନଙ୍କର ଉତ୍ତରାଫାଲ୍‌ଗୁନୀ ଓ ଚିତ୍ରା କନ୍ୟାସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୬, ଆରାଧନା: ମା’ ଷୋଡ଼ଶୀ ।

ତୁଳା : ଦଶମ ଚନ୍ଦ୍ର ଯୋଗୁ କର୍ମରେ ଉନ୍ନତି, କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧୂକ ରହିବ ଏବଂ ସମସ୍ତ କର୍ମରେ ସଫଳତା ଶୀର୍ଷ ଛୁଇଁବ ଏବଂ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଆଗ୍ରହ ଓ ବିଶ୍ବାସ ରଖୁବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ ଆୟ ଯାହା ହେଲେ ମଧ୍ୟ ମନ ପ୍ରସନ୍ନ ରହିବ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ କମଳା ।

ବିଛା : ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର, ନିଜର ପ୍ରିୟ ବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ମନ ବିଷାଦଗ୍ରସ୍ତ ଓ ·ପଗ୍ରସ୍ତ ରହିବ ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା ଏବଂ ପଦସୁ ଅଧିକାରୀଙ୍କ ରୋଷର ଶିକାର ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୬, ଆରାଧନା: ପ୍ରଭୁ ହନୁମାନ ।

ଧନୁ : ଅଷ୍ଟମ ଚନ୍ଦ୍ର ଯୋଗୁ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଧନ କ୍ଷତି, ପରିବାରରେ ବିବାଦ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ ଏବଂ ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଅଧିକ ଆଗ୍ରହ ରଖିବେ ।କର୍ମରେ ବିଫଳତା, ବାଧାବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ପୁର୍ବାଷାଢ଼ା ଧନୁ ଓ ଯାହାର ପ୍ରଥମ ନାମାକ୍ଷର ଭୁ, ଧା, ଫା, ସେମାନେ ସତର୍କ ହେବେ। ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୭, ଆରାଧନା: ପ୍ରଭୁ।ଗଜାନନ ।

ମକର : ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଅପରିଚିତ ମହିଳାଙ୍କ ଠାରୁ ଧନ ଓ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନି । ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା: ୩, ଆରାଧନା: ମା’ ଭୈରବୀ ।

କୁମ୍ଭ : ଷ ଚନ୍ଦ୍ର ଓ ଘାତତିଥ୍ ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା ଓ ବ୍ୟଗ୍ରତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ମନରେnପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଓ ସ୍ବାସ୍ଥ୍ୟ ଉତ୍ତମ ରହିବ। ଯେଉଁମାନଙ୍କର ଧନି ।, ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ମାଟିଆ, ସଂଖ୍ୟା: ୧୧, ଆରାଧନା: ମା’ ଚଣ୍ଡୀ ।

ମୀନ : କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟିର ପ୍ରୟୋଗରେ ଅସଫଳ ହେବେ ଏବଂ ସନ୍ତାନମାନେ ବିଶୃଙ୍ଖଳିତ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ବଳ୍ପ ହେବ ଏବଂ କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଉତ୍ତରାଭାଦ୍ର ମୀନ ଓ ଯାହାର ପ୍ରଥମ ନାମାକ୍ଷର ଦୁ, ଥ, ଝ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା : ୯, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।