ମୁଖ୍ୟ ଖବର

ବାର ବର୍ଷ ପରେ ଅନ୍ଧାର କୋଠରୀରୁ ବାହାରିଲେ ମାନସିକ ବିକାରଗ୍ରସ୍ତ ରଶ୍ମିତା

By Biswaranjan Pattnaik

May 28, 2022

ଅନୁଗୁଳ: ବାର ବର୍ଷ ଧରି ଏକ କୋଠରୀରେ ବନ୍ଦ ଥିବା ଜଣେ ଯୁବତୀଙ୍କୁ ଆଜି ଉଦ୍ଧାର କରିଛନ୍ତି ସ୍ବେଚ୍ଛାସେବୀ। ଅସହାୟ ଯୁବତୀଙ୍କୁ ଆଜି ସେମାନେ ଚମ୍ପାପୋସି ସ୍ଥିତ ମିଶନ ଆଶ୍ରାରେ ଭର୍ତ୍ତି କରାଇଛନ୍ତି।

ସୂଚନା ମୁତାବକ, ତାଳଚେର ସଦର ଲୁହୁଣ୍ଡି ଗାଁର ନିରଞ୍ଜନ ମିଶ୍ରଙ୍କ ଝିଅ ରଶ୍ମିତାକୁ କୋଡିଏ ବର୍ଷ ହୋଇଥିବା ବେଳେ ତାଙ୍କ ମସ୍ତିଷ୍କ ବିକୃତି ଆରମ୍ଭ ହେଲା। ନିରଞ୍ଜନଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେ ଝିଅର ଚିକିତ୍ସା କରାଇପାରିନଥିଲେ। କିଛି ଦିନ ପରେ ରଶ୍ମିତାଙ୍କ ମା’ ଓ ଏକମାତ୍ର ଭଉଣୀ ବି ଆର ପାରିକୁ ଚାଲିଗଲେ। ଫଳରେ ରଶ୍ମିତାଙ୍କ ଯତ୍ନ ନେବାକୁ କେହି ନଥିଲେ। ଏଣୁ ସେ ଏକ ଘରେ ବନ୍ଦୀ ଜୀବନ କାଟୁଥିଲେ।

ରଶ୍ମିତାଙ୍କ ବିଷୟରେ ଜାଣିବା ପରେ ସିରିଡି ସାଇ ଆତ୍ମ ଦର୍ଶନ ଚ୍ୟାରିଟେବୁଲ ଟ୍ରଷ୍ଟର ମୁଖ୍ୟ ବିଦ୍ୟା ନାଏକଙ୍କ ନେତୃତ୍ୱରେ ଅଜୟ ତ୍ରିପାଠୀ ଓ ଅନ୍ୟମାନେ ଶନିବାର ଲୁହୁଣ୍ଡି ଗାଁକୁ ଯାଇ ରଶ୍ମିତାଙ୍କୁ ଉଦ୍ଧାର କରିଛନ୍ତି। ଗାଁ ସଭାପତି ବିରେନ ନନ୍ଦଙ୍କ ସମେତ ଅନ୍ୟ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।