ଘଟଣା ଓ ଦୁର୍ଘଟଣା

ରସିକିଆ ଫଳବାଲାର ହରକତ ଦେଖି ହମଲା କଲେ ମହିଳା

By Biswaranjan Pattnaik

October 03, 2023

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ନନଭେଜ୍ ମାର୍କେଟ ପାଖ ଗୋପବନ୍ଧୁ ଛକରେ ଜଣେ ରସୀକିଆ ଫଳବାଲାକୁ ମହିଳାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା।

ରସିକିଆ ଫଳ ବାଲା ଟି ବିଭିନ୍ନ ସମୟରେ ଫୋନ୍ କରି ମହିଳା ମାନେ ଫୋନ୍ ଉଠାଇଲେ ତାଙ୍କୁ ଅଶ୍ଳୀଳ କଥା ବାର୍ତା କରିଥାଏ। ଅନେକେ ଫୋନ୍କା ଟି ଚୁପ୍ ବସି ଯାଆନ୍ତି। କିନ୍ତୁ ଆଜି ଦଳେ ମହିଳା ଫୋନ୍ କୁ ଟ୍ରାକ କରି ଛକରେ ପହଞ୍ଚି ଥିଲେ। ସେମାନେ ଫଳ ବାଲାକୁ ଦେଖି ଚପଲ ଖୋଲି ହମଲା ଆରମ୍ଭ କରିଦେଇଥିଲେ।ଗୋଟେ ଦିଟା ପାହାର ବସି ଛି କି ନାହିଁ ଫଳ ବାଲା ଠେଲା ଛାଡି ଦଉଡି ପଳାଇଗଲା। ଭିଡ ବଢିବାରୁ ମହିଳା ମାନେ ମଧ୍ୟ ଜାଗା ଛାଡି ଚାଲିଯାଇଥିଲେ।