ମୁଖ୍ୟ ଖବର

କଲେଜ୍ ସାମନା ରାସ୍ତା ଦବିଗଲା, ବିପଦ ଆଶଙ୍କା

By Biswaranjan Pattnaik

March 18, 2024

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସାମନା ରାସ୍ତା ହଠାତ୍ ଫାଟି ଦବିଯାଇଥିଲା।ଏହି ଆର୍ ଏଣ୍ଡ ବି ବିଭାଗର ରାସ୍ତାଟି ବେଶୀ ଦିନର ନୁହେଁ। ନିମ୍ନ ମାନର କାମ ଯୋଗୁଁ ରାସ୍ତା ଦବି ଥାଇ ପାରେ ନଚେତ୍ ଭିତରେ ପାଣି ପାଇପ ଫାଟି ଵାରୁ ଏଭଳି ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ରାସ୍ତାରେ ଚାରିଚକିଆ ଯାନ ଠାରୁ ଭାରି ଯାନ ଚାଲୁ ଥିବାରୁ ତୁରନ୍ତ ମରାମତି ନକଲେ ଏହି ରାସ୍ତାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏଥି ନେଇ ଆର୍ ଏଣ୍ଡ ବିର ଜେଇଙ୍କ ସହ ଫୋନ୍ ଯୋଗେ ପ୍ରତିକ୍ରିୟା ଲୋଡା ଯିବାରୁ ସମ୍ପର୍କ ସ୍ଥାପନ ସମ୍ଭବ ହୋଇ ନଥିଲା।