ଅନ୍ୟାନ୍ୟ

ରାସ୍ତା ମରାମତି ବେଳେ କଟକଣା ମନୁନାହାନ୍ତି

By Biswaranjan Pattnaik

April 19, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଏମ୍‌ଏଫ୍ ଫଣ୍ଡରୁ ଅର୍ଥ ମଞ୍ଜୁର କରାଯାଇ ୫୫ ନମ୍ୱର୍ ଜାତୀୟ ରାଜପଥର‌ ଛ’ ଟି ପ୍ୟାଚ୍‌ରେ ୫.୧ କିମି ରାସ୍ତା ମରାମତି କାମ ଆରମ୍ଭ ହୋଇଚି। ଏହି ସମୟରେ ଜାତୀୟ ରାଜପଥର ଅର୍ଦ୍ଧେକ ହାଲୁକା ବ୍ୟାରିକେଡ଼ ଦିଆଯାଇ ମରାମତି କାମ କରାଯାଉଛି। କିନ୍ତୁ କିଛି ଗାଡ଼ି ଚାଳକ କଟକଣା ନମାନି ମରାମତି ରାସ୍ତାରେ ଗାଡି ପୁରାଇ ଦେଉଥିବା ବେଳେ ମରାମତି କାମ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ଜାମ ମଧ୍ୟ ହେଉଚି। ନାଲକୋ କାଣ୍ଡସର ରାସ୍ତା ହେଉକି ହୁଲୁଋଷିଂହା ସବୁଠି ଏକା ସମସ୍ୟା ଯୋଗୁଁ ଜନ ସାଧାରଣ ହନ୍ତସନ୍ତ ହେଉଛନ୍ତି।