ଅନ୍ୟାନ୍ୟ

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

By Angul TV Bureau

November 01, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା (ଏଫ୍‌ସିଆଇ)ରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ) ପକ୍ଷରୁ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସରେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ କେ. କେ. ପାତ୍ରଙ୍କ ନେତୃତ୍ବରେ ଏକ ଗଣଦୌଡ଼ ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରୀୟ ଏକତାର ତାତ୍ପର୍ଯ୍ୟ ଓ ସଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଦେଶମାତୃକା ସମ୍ପର୍କରେ ଶ୍ରୀ ପାତ୍ର ସୂଚନା ପ୍ରଦାନ କରିଥିଲେ। ଆରମ୍ଭରେ ସର୍ଦାର ପଟେଲଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।