ମୁଖ୍ୟ ଖବର

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ମହାସମାରୋହ

By Angul TV Bureau

March 19, 2026

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରାଷ୍ଟ୍ରୀୟ ନବ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଅନେକ ପୃଷ୍ଠ ଭୂମି ଥିବା ଆଜିର ଦିବସର ମହତ୍ତ୍ୱ ସମ୍ବନ୍ଧରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ବୈଦ୍ୟନାଥ ସାମଲ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ ଆଜି ଦିବସର ଉଦେଶ୍ୟ ତଥା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।

ଯୁଗାବ୍ଦ ଆରମ୍ଭ, ବ୍ରହ୍ମାଙ୍କ ଦ୍ୱାରା କାଳ ଗଣନା, ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତିଷ୍ଠା ଆଦି ମହତ୍ତ୍ୱ ସମ୍ବଦ୍ଧରେ ଉପସ୍ଥିତ ଅତିଥିଗଣ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ସଦସ୍ୟା ବୁଲୁ ବେହେରା, ଯୁକ୍ତ ଦୁଇ ବିଜ୍ଞାନ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ ସିଦ୍ଧନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ନିର୍ମଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।