ଅନ୍ୟାନ୍ୟ

ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁହିନ୍ଦୁ ନବବର୍ଷ

By Biswaranjan Pattnaik

March 31, 2025

ଅନୁଗୁଳ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ହିନ୍ଦୁ ନବ ବର୍ଷ ପାଳିତ ହୋଇଯାଇଛି। ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ମୁଖ୍ୟ ଅତିଥି ରୂପେ ଜିଗର ଦେଇ ହିନ୍ଦୁ ନବ ବର୍ଷର ମହତ୍ୱ ଏବଂ ସମାଜରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଆରଏସଏସର ସଙ୍ଘ ପରିଚାଳକ ବିଜୟ କୁମାର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ହିନ୍ଦୁ ସଂସ୍କୃତିର ଗାରିମାମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ସଂସ୍ଥାର କାର୍ଯ୍ୟକାରୀ ସଦସ୍ୟ ତରଣୀସେନ ସାହୁ, ସମ୍ପାଦକ ଦୀପକ କୁମାର ସାହୁ, ମନୋଜ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ମହାସଂଘ ପକ୍ଷରୁ ଅଶୋକ କୁମାର ପ୍ରଧାନ ଶାନ୍ତି ପାଠ କରିଥିବା ବେଳେ ତୃପ୍ତିମୟୀ ଭୁତିଆ ଧନ୍ୟବାଦ ଅର୍ପଣ କରିଥିଲେ।