ଭୁବନେଶ୍ୱର: ରାସନ୍ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର। ଆଜି ସରିଲା ଇ-କେୱାଇସି ଯାଞ୍ଚ ଅବଧି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ଥିଲା। ଯେଉଁମାନେ ଆଜି e-KYC ନକରିଛନ୍ତି ୩ ମାସ କାର୍ଡ ସସ୍ପେଣ୍ଡ୍ ହେବ। ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ ହେବ ନଚେତ୍ କଟିଯିବ ନାମ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଏଯାବତ ୨୦ ଲକ୍ଷ ୫୮ ହଜାର e-KYC କରି ନଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ସେମାନଙ୍କୁ ମିଳିବନି ଚାଉଳ। ୩ ମାସ ପର୍ଯ୍ୟନ୍ତ ଚାଉଳ ବନ୍ଦ ରହିବ।
ଇ-କେୱାଇସି କଲା ପରେ ପୁଣି ଦିଆଯିବ ଚାଉଳ। ନହେଲେ ୩ ମାସ ଭିତରେ ପୂରା କାର୍ଡ ବନ୍ଦ କରିଦିଆଯିବ। ତେଣୁ ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ତୁରନ୍ତ କରାଇ ନିଅନ୍ତୁ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।