ମୁଖ୍ୟ ଖବର

ଏଣିକି ଗରିବଙ୍କ ପାଖେ ରାସନ ପହଞ୍ଚାଇବେ ସରକାର, ପାଳଲହଡ଼ାରେ ଯୋଜନାର ଶୁଭାରମ୍ଭ କଲେ ବିଧାୟକ

By Angul TV Bureau

December 24, 2024

ଅନୁଗୁଳ: ଏଣିକି ଗରିବଙ୍କ ପାଖେ ରାସନ ପହଞ୍ଚାଇବେ ସରକାର। ସୋମବାର ପାଳଲହଡ଼ା ବ୍ଲକ ନଗିରା ପଞ୍ଚାୟତ ବାଲିବାହାଳ ଗ୍ରାମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପୂର୍ବରୁ ନଗିରା ଓ ବରଡିହ ପଞ୍ଚାୟତବାସୀ ୧୫ ରୁ ୨୦ କିମି ପର୍ଯ୍ୟନ୍ତ ଚାଲି ନଗିରା ପଞ୍ଚାୟତ କାର୍ଯ୍ୟାଳୟରୁ ରାସନ ସଂଗ୍ରହ କରୁଥିଲେ। କିନ୍ତୁ ଏବେ ଆଉ ଜନସାଧାରଣଙ୍କୁ ପାହାଡିଆ ରାସ୍ତାରେ ଚାଲି ଚାଲି ଆସିବାକୁ ପଡ଼ିବନି। ସେମାନଙ୍କ ଘର ଦୁଆର ମୁହଁରେ ସରକାରୀ ରାସନ ସରକାର ନିଜେ ପହଞ୍ଚାଇବେ ବୋଲି ମୁଖ୍ୟଅତିଥି କହିଥିଲେ।

ଏବେ ଠାରୁ ନଗିରା, ବରଡିହ, ବନ୍ଧାଭୂଇଁ ଆଦି ପଞ୍ଚାୟତରେ ସରକାର ଗାଡ଼ିରେ ବୁଲି ରାସନ ସାମଗ୍ରୀ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ନାଏକ, ସାଂସଦ ପ୍ରତିନିଧି ପଞ୍ଚାନନ ସାହୁ, ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ସମିତିସଭ୍ଯ କିଶୋର ସାମଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ ମିଶ୍ର, ବ୍ଲକ ଯୋଗାଣ ଅଧିକାରିଣୀ ସୁପ୍ରଭା ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ନିହାର ନାୟକ, ବାବାଜୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।