ମୁଖ୍ୟ ଖବର

ଧରମପୁର କୁଶଳେଶ୍ୱର ଶିବ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ

By Angul TV Bureau

November 11, 2025

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ପ୍ରତ୍ୟକ୍ଷ ଠାକୁର ଭାବେ ପୂଜା ପାଉଥିବା କୁଶଳେଶ୍ୱର ଶିବ ମନ୍ଦିରର ସୋମବାର ରତ୍ନଗର୍ଭ ମୁଦ ଉତ୍ସବ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି।

ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ବିଭିନ୍ନ କାରୁକାର୍ଯ୍ୟରେ ସଜାଇବା ପାଇଁ ପୂର୍ବ ବିଜେଡି ସରକାର ସମୟରେ ତାଳଚେରର ପୂର୍ବତନ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦ୍ଵାରା ଜାରି ରଖାଯାଇଥିବା ପ୍ରୟାସ ଆଜି ସାକାର ହେବାକୁ ଯାଉଛି। ଏହି ମନ୍ଦିରଟି କେଦାରନାଥ ମନ୍ଦିର ଆକୃତିରେ ନିର୍ମାଣ କରାଯାଇଥିବା କୁହାଯାଉଛି।

ଧରମପୁର ଗ୍ରାମବାସୀଙ୍କ ପକ୍ଷରୁ ୭ଘଟିକା ସମୟରେ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।ଦିବା ୧୦ଘଟିକାରେ ଇନ୍ଦ୍ରଇନ୍ଦ୍ରାଣୀପୂଜା ଓ ରତ୍ନମୁଦ ପ୍ରତିଷ୍ଠା  ଦିବା ୧୧.୩୦ମିନଟ୍ ମନ୍ଦିର ଗର୍ଭେ ରତ୍ନ ଓ ଧାନ୍ୟ ସ୍ଥାପନ, ଦିବା ୧୧ଘଟିକାରେ ପ୍ରସାଦ ସେବନ ଓ ଅପରାହ୍ଣ ୨ଘଟିକା ସମୟରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହୋଇଥିଲା  ।

ଏହି ରତ୍ନମୁଦ ଉତ୍ସବରେ ମାନସିକ ପୂରଣ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନଙ୍କ ସୁଅ ଛୁଟିଥିଲା।