ମୁଖ୍ୟ ଖବର

ଅନୁଗୋଳରେ ଆରବିଆଇର ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

By Angul TV Bureau

September 28, 2026

ଅନୁଗୋଳ: ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ ଅନୁଗୋଳଠାରେ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆରବିଆଇ ମହାପ୍ରବନ୍ଧକ ଶୁଭ୍ରାଂଶୁ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କ ଜମା ଖାତାରେ ପୁନଃ କେୱାଇସି, ନୋମିନେସନ, ଦାବିହୀନ ଜମା ରାଶି, ଜିରୋ ବ୍ୟାଲାନ୍ସ ଖାତା ଓ ଗ୍ରାହକ ସେବା କେନ୍ଦ୍ର ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନକଲି ନୋଟ ଚିହ୍ନଟ, ନୋଟ ବିନିମୟ, ସାଇବର ଠକେଇରୁ ସୁରକ୍ଷା ଏବଂ ଆରବିଆଇ ଅଭିଯୋଗ ପ୍ରକ୍ରିୟା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିଆଇ ବ୍ଯାଙ୍କ ଆଞ୍ଚଳିକ ପ୍ରବନ୍ଧକ ଶଙ୍କର ପ୍ରସାଦ, ନାବାର୍ଡ ଡିଡିଏମ ଆଶୁତୋଷ ରାୟ , ଅନୁଗୋଳ ଏଲଡିଏମ ଚୌଧୁରୀ ଦୀପକ ମିଶ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରିଥିଲେ।